ଓଡିଶା

odisha

ETV Bharat / state

କୋରୋନା ସମୟରେ କାମ ଦେବା ନାଁରେ ଠକେଇ ଅଭିଯୋଗ - ଖୋର୍ଦ୍ଧା ନ୍ୟୁଜ

ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବାଲୁଗାଁ, ବାଣପୁର ଓ ଟାଙ୍ଗୀ ଅଞ୍ଚଳର ଲୋକଙ୍କୁ ଭୁଆଁ ବୁଲାଇଲା ଦଲାଲ । ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବାଲୁଗାଁ, ବାଣପୁର ଓ ଟାଙ୍ଗୀ ଅଞ୍ଚଳର ଲୋକଙ୍କୁ ଭୁଆଁ ବୁଲାଇଲା ଦଲାଲ ।

କୋରୋନା ସମୟରେ କାମ ଦେବା ନାଁରେ ଠକେଇ
କୋରୋନା ସମୟରେ କାମ ଦେବା ନାଁରେ ଠକେଇ

By

Published : Sep 25, 2020, 2:21 PM IST

ଖୋର୍ଦ୍ଧା: ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବାଲୁଗାଁ, ବାଣପୁର ଓ ଟାଙ୍ଗୀ ଅଞ୍ଚଳର ଲୋକଙ୍କୁ ଭୁଆଁ ବୁଲାଇଲା ଦଲାଲ । ଫେକ ଆଇଡି ଖୋଲି ବିଦେଶ ଯିବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇ ଠକିଛି । ବିଦେଶରେ ଚାକିରୀ ଲୋଭ ଦେଖାଇ ଲୋକଙ୍କୁ ବିଶାଖାପାଟଣା ଓ ଚେନ୍ନାଇ ଡାକି ସଂସ୍ଥା ଫେରାର ହୋଇଯାଇଛି । ଆଉ ଶେଷରେ ନିଜ ଖର୍ଚ୍ଚରେ ବିଶାଖାପାଟଣା ଓ ଚେନ୍ନାଇ ଯାଇଥିବା ଲୋକ ସ୍ଥାନୀୟ ଦଲାଲକୁ ଧରି ଟଙ୍କା ଫେରାଇବା ପାଇଁ ଜିଦ ଧରିଛନ୍ତି ।

କୋରୋନା ସମୟରେ କାମ ଦେବା ନାଁରେ ଠକେଇ ଅଭିଯୋଗ

ସୂଚନା ଅନୁଯାୟୀ, କୁହୁଡି ଅଞ୍ଚଳର ଜଣେ ବ୍ୟକ୍ତି ଦଲାଲଙ୍କ ସାହାଯ୍ୟରେ ବିଦେଶରେ ଚାକିରୀ କରାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପଠାଇଥିଲେ । କିନ୍ତୁ ଚାକିରୀ ଆଶାରେ ଲକ୍ଷଲକ୍ଷ ଟଙ୍କା ଦେଇଥିବା ଲୋକମାନେ ସେଠି ଦୁଇଦିନ ରହି ଦଲାଲର କୌଣସି ଠିକଣା ପାଇନଥିଲେ । ବାଧ୍ୟ ହୋଇ ସେଠାରୁ ଫେରି ଦଲାଲର ସହଯୋଗୀଙ୍କୁ ଧରିଥିଲେ । ଲୋକମାନେ ଦେଇଥିବା ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ଦେବାପରେ ମାମଲାର ସମାଧାନ ହୋଇଥିବା ଜଣାପଡିଛି ।

ତେବେ କୋରୋନା ମହାମାରୀ ସମୟରେ ରୋଜଗାର ହରାଇଥିବା ଶ୍ରମିକମାନଙ୍କ ପାଇଁ ସରକାର କର୍ମସଂସ୍ଥାନ ଯୋଗାଇ ନପାରିବା କାରଣରୁ ଦଲାଲ ହାବୁଡ଼ରେ ପଡି ହଇରାଣ ହେଉଥିବା ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details