ଓଡିଶା

odisha

ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ - ମୃତ୍ୟୁ ପ୍ରମାଣ ପତ୍ର କରିଦେବାକୁ କହି ଲାଞ୍ଚ ନେଉଥିଲେ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ । ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରିଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀଙ୍କୁ ଧରିଲା ଖୋର୍ଦ୍ଧା ଭିଜିଲାନ୍ସ ଟିମ । ଅଧିକ ପଢ଼ନ୍ତୁ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ

By

Published : Aug 2, 2022, 6:30 PM IST

ଖୋର୍ଦ୍ଧା: ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରିଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ । ଲାଞ୍ଚ ନେବା ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ଗିରଫ କରିଛି ଭିଜିଲାନ୍ସ ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ

ସୂଚନା ଅନୁସାରେ ଚମ୍ପାଝର ଗ୍ରାମର ସୁନୀଲ ତ୍ରିପାଠୀ ତାଙ୍କ ଜେଜେ ବାପା ଓ ଜେଜେ ମାଆଙ୍କ ମୃତ୍ୟୁ ପ୍ରମାଣ ପତ୍ର(Death Certificate) ପାଇଁ ହଳଦିଆ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ ଅନୁପ ଶତପଥୀଙ୍କ ସହ ଯୋଗାଯୋଗ କରିଥିଲେ । ତେବେ କିରାଣୀ ଜଣକ ଏଥିପାଇଁ ୬ ହଜାର ଟଙ୍କା ଦାବି କରିଥିଲେ । ଆଜି ନିଜ କାର୍ଯ୍ୟାଳୟରେ କାର୍ଯ୍ୟ କରିଦେବା ପାଇଁ ୫ ହଜାର ଟଙ୍କା ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା । ଭିଜିଲାନ୍ସ ଟିମ ନଗଦ ଟଙ୍କା ଜବତ କରିବ ସହ ଅନୁପ ଶତପଥୀଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

ABOUT THE AUTHOR

...view details