ଓଡିଶା

odisha

ETV Bharat / state

ଜେଲରେ ଗୋପାଳର ରାଜକୀୟ ଠାଣି ! ରାଜା ଭଳି ଆଚରଣ ସାଙ୍ଗକୁ ଟେନସନ୍ ଫ୍ରି - ନବଦାସଙ୍କ ହତ୍ୟାକାରୀ ଗୋପାଳ

ଜେଲରେ କେମିତି ଅଛି ଗୋପାଳ ? କିପରି ରହିଛି ଆଚରଣ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର । ଅଧିକ ପଢ଼ନ୍ତୁ

ନବଦାସ ହତ୍ୟା ଘଟଣା
naba das murder case

By

Published : Feb 24, 2023, 5:29 PM IST

ଜେଲରେ କିପରି ଆଚରଣ କରୁଛି ଗୋପାଳ

ଭୁବନେଶ୍ବର:ନବଦାସଙ୍କ ହତ୍ୟାକାରୀ ଗୋପାଳକୁ ନେଇ ଚାରିଆଡ଼େ ଚର୍ଚ୍ଚା । ରାସ୍ତାକଡ଼ରୁ ବିଧାନସଭା ସବୁଆଡ଼େ କମ୍ପନ । ଦ୍ବନ୍ଦରେ ରହିଛି କ୍ରାଇମବ୍ରାଞ୍ଚ । ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ହେଲେ ଜେଲରେ ଭିତରେ କିପରି ଅଛି ଗୋପାଳ ? କେମିତି ରହିଛି ତାର ଆଚରଣ । ଏନେଇ ଜେଲ ଭିତରୁ ଯେଉଁ ଖବର ଆସୁଛି ତାହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଜେଲ ଭିତରେ ଗୋପାଳର ରାଜକୀୟ ଠାଣି ଦେଖିବାକୁ ମିଳିଛି । ନା ମନରେ ଅଛି କୌଣସି ଭୟ, ନା ହତ୍ୟାର ପଶ୍ଚାତାପ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଜେଲ କର୍ତ୍ତୃପକ୍ଷ । ହସ ଖୁସିରେ ସମୟ ଅତିବାହିତ କରୁଛି ଗୋପାଳ ।

ଏହା ମଧ୍ୟ ପଢ଼ନ୍ତୁ:ନବଦାସଙ୍କୁ କେମିତି ହତ୍ୟା କଲା ଗୋପାଳ ? ସାମ୍ନାକୁ ଆସିଲା ଗୁଳି ଚଳାଉଥିବା ଭିଡିଓ

ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ହତ୍ୟା କରି ଗୋପାଳର ଯେଉଁ ଆଚରଣ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଇନ ପ୍ରତି ମନରେ କୌଣସି ଭୟ ଥିବା ନେଇ ପରିଲକ୍ଷିତ ହେଉନି । ଅନବରତ ହସୁଛି, ବିନ୍ଦାସରେ ରହୁଛି । ଗୋପାଳକୁ ସିସିଟିଭି ଓ ଜେଲ ଓ୍ବାର୍ଡେନଙ୍କ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ସିସିଟିଭିକୁ ମଧ୍ୟ ବାରମ୍ବାର ମନିଟର କରାଯାଉଛି । ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି ଜେଲ କର୍ତ୍ତୃପକ୍ଷ । ଅନ୍ୟପଟେ ଗୋପାଳର ଆଚରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜେଲ ଡିଆଇଜି । ଚୌଦ୍ବାର ଜେଲରେ ଗୋପାଳ ଭଲରେ ଥିବା କହିଛନ୍ତି ଡିଆଇଜି ଶୁଭକାନ୍ତ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ:Naba Das Murder Case: ସହଜରେ ଖସିଯାଇପାରେ ଗୋପାଳ, FBI ତଦନ୍ତ ରିପୋର୍ଟ ହୋଇପାରେ ସହାୟକ !

ସେ ଆହୁରି ମଧ୍ୟ କହିଛନ୍ତି, "ଜେଲରେ କଡ଼ା ସୁରକ୍ଷା ବଳୟରେ ଗୋପାଳ ରହିଛି । ସୁରକ୍ଷା ଓ ସିସିଟିଭିକୁ ବାରମ୍ବାର ମନିଟର କରାଯାଇଛି । ଆଚରଣ ମଧ୍ୟ ସ୍ବଭାବିକ ରହିଛି । ଜେଲ ମଧ୍ୟରେ ଡାକ୍ତର ତାର ସ୍ବାସ୍ଥ୍ୟ ନିରିକ୍ଷଣ କରୁଛନ୍ତି ।" ଗୋପାଳର ଏଲଭିଏ ଟେଷ୍ଟ ସହ ନାର୍କୋ ଆନାଲିସିସ ଟେଷ୍ଟ, ସାଇକୋ ଆନାଲିସିସ ଟେଷ୍ଟ ସରିଛି । ହେଲେ ଗୋପାଳର ଆଚାରଣ ନେଇ ସ୍ପଷ୍ଟ କାରଣ ଜଣାପଡୁନାହିଁ । ନବ ଦାସଙ୍କ ହତ୍ୟାକୁ ୨୭ ଦିନ ପୁରି ଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଏଯାଏ ସଠିକ ପ୍ରମାଣ ପାଇ ପାରିନାହିଁ । ନିକଟରେ ମୁଖ୍ୟମନ୍ତ୍ରୀ ବିଧନସଭାରେ ତଥ୍ୟ ରଖିଥିଲେ ଯେ, ଗୋପାଳର ଆଚରଣ ଟେଷ୍ଟ କରାଯିବ । ଏନେଇ FBIର ଏକ ସ୍ପେଶାଲ ଟିମ୍ ଓଡ଼ିଶା ଆସି ଯାଞ୍ଚ କରିବେ। ଏହାପରେ ଗୋପାଳର ଆଚରଣ ନେଇ ସ୍ପଷ୍ଟ ହୋଇପାରିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details