ଓଡିଶା

odisha

By

Published : Apr 26, 2020, 5:33 PM IST

ETV Bharat / state

ଅନନ୍ତ ପୁରୁଷୋତ୍ତମଙ୍କ କ୍ଷେତ୍ରରେ ରଥକାଠ ଅନୁକୂଳ

ଖୋର୍ଦ୍ଧା ପୁରୁଷୋତ୍ତମଙ୍କ କ୍ଷେତ୍ରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି ।

chariot wood is prepered in akshya tritiya at antha purusottoma temple in khurdha
ଅନନ୍ତ ପୁରୁଷୋତ୍ତମଙ୍କ କ୍ଷେତ୍ରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଖୋର୍ଦ୍ଧା: ଆଜି ପବିତ୍ର ଅକ୍ଷୟତୃତୀୟା । ଆଜିର ଦିନରେ ଚାଷୀମାନେ ନିଜ କ୍ଷେତକୁ ଯାଇ ଫସଲ ଅନୁକୂଳ କରିବା ନୀତି ରହିଥିବା ବେଳେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ ହୋଇଥାଏ । ଏହି ଅବସରରେ ଖୋର୍ଦ୍ଧା ଜାଗୁଳେଇପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରଥ କାଠ ଅନୁକୂଳ ହୋଇଛି ।

ଅନନ୍ତ ପୁରୁଷୋତ୍ତମଙ୍କ କ୍ଷେତ୍ରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଏହି ପର୍ଯ୍ୟଟନ କ୍ଷେତ୍ରରେ ବିରାଜମାନ କରିଛନ୍ତି ପୂର୍ଣ୍ଣ ବିଗ୍ରହ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା । ମହାପ୍ରଭୁଙ୍କର ଏପରି ଦୁର୍ଲଭ ଅବତାର ବିଶ୍ବର ଅନ୍ୟ କେଉଁଠାରେ ଦେଖିବାକୁ ମିଳନ୍ତି ନାହିଁ । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ମହାଆଡମ୍ବରରେ ରଥକାଠ ଅନୁକୂଳ କରାଯାଇ ପାରିନାହିଁ । ପରମ୍ପରାକୁ ବଞ୍ଚାଇବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରି ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details