ଓଡିଶା

odisha

ETV Bharat / state

ବାଟରୁ ଝାମ୍ପୁଥିଲେ ବ୍ୟାଙ୍କରେ ସଞ୍ଚୁଥିଲେ, ବ୍ଲାକ ଟେପ୍ ବାଇକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ - ଗାଡିର ନମ୍ବର ପ୍ଲେଟ ବଦଳାଇ ଲୁଟ୍

ରାଜଧାନୀରୁ ସିରିଜ୍ ଛିନତାଇ ଅପରାଧ ଘଟାଇଥିବା 4 ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୩୦ଟି ସୁନା ଚେନ ସହ ବାଇକ ଜବତ କରିଛି ପୋଲିସ। ଅଧିକ ପଢନ୍ତୁ

gold chain snatchers arrested
ଲୁଟେରାଙ୍କୁ ଗିରଫ କଲା ପୋଲିସ

By ETV Bharat Odisha Team

Published : Sep 4, 2023, 2:29 PM IST

Updated : Sep 4, 2023, 2:46 PM IST

ଲୁଟେରାଙ୍କୁ ଗିରଫ କଲା ପୋଲିସ

କଟକ:ସୁନା ଚେନ୍ ଝାମ୍ପୁଥିବା ଏକ ଲୁଟେରା ଗ୍ୟାଙ୍ଗ୍କୁ‌ ଗିରଫ କରିଛି ପୋଲିସ । ରାଜଧାନୀରୁ ସିରିଜ୍ ଛିନତାଇ ଅପରାଧ ଘଟାଇଥିବା ଲୁଟେରା ଗିରଫ ହୋଇଛନ୍ତି । ଏମାନେ ପଥଚାରୀଙ୍କଠାରୁ ସୁନା ଚେନ୍ ଝାମ୍ପି ନେଇ ବ୍ୟାଙ୍କରେ ସଞ୍ଚୁଥିଲେ ବୋଲି ଜଣାପଡିଛି । ବାଇକ୍‌ ନମ୍ବର ପ୍ଲେଟ୍‌ରେ ବ୍ଲାକ୍‌ ଟେପ୍ ଲଗାଇ ଲୁଟ୍ କରୁଥିବା ଗ୍ୟାଙ୍ଗ୍ ଗିରଫକୁ ଧରିବାରେ ପୋଲିସ ସଫଳ ହୋଇଛି । ଗିରଫ 4 ଅଭିଯୁକ୍ତ ରାଜଧାନୀରୁ ସିରିଜ୍ ଛିନତାଇକରିଥିବା ଜଣାପଡିଛି । ସେମାନଙ୍କଠାରୁ ୩୦ଟି ସୁନା ଚେନ ସହ ବାଇକ ଜବତ କରିଛି ପୋଲିସ। ଏନେଇ ଶହୀଦନଗର ଓ ନୟାପଲ୍ଲୀ ଥାନାରେ ୪ଟି ମାମଲା ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ସୂଚନା ମୁତାବକ, ରାଜଧାନୀରେ ମହିଳା ଓ ଯୁବତୀଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଏକୁଟିଆ କିମ୍ବା ଭିଡ଼ ସମୟରେ ଯିବାବେଳେ ଲୁଟେରାମାନେ ପିଛା କରୁଥିଲେ । ଏକୁଟିଆ ଦେଖି ସୁନା ଚେନ ଝାମ୍ପି ନେଇ ବାଇକରେ ଛୁ ମାରୁଥିଲେ । ସିସିଟିଭି ସ୍କାନରରୁ ଖସିବାକୁ ଏବଂ ପୋଲିସକୁ ଚକମା ଦେବା ପାଇଁ ନୂଆ ନୂଆ ଟେକ୍ନିକ୍‌ ଆପଣାଇ ଲୁଟପାଟ୍ କରୁଥିଲେ । ଏହାସହ ଛିନ୍‌ତାଇ ବେଳେ ବ୍ୟବହାର କରୁଥିବା ବାଇକର ନମ୍ବର ପ୍ଲେଟ୍‌କୁ ବ୍ଲାକ୍‌ ଟେପରେ ଲୁଚାଇ ଦେଉଥିଲେ ।

ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "ଏମାନେ ବ୍ଲାକ୍‌ ଟେପରେ ଗାଡ଼ିର ନମ୍ବରକୁ ବଦଳାଇ ଦେଇ ପୋଲିସକୁ ଭୁଆଁ ବୁଲାଉଥିଲେ। ସହଜରେ ସହରରେ ବୁଲି ବୁଲି ସୁନା ଚେନ ଝାମ୍ପୁଥିଲେ। ଦୀର୍ଘଦିନ ଧରି ଏହି ଲୁଚକାଳି ଖେଳାଯାଉଥିବାବେଳେ ଶେଷରେ ସିସିଟିଭିର ଯାଞ୍ଚ କରି 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସେମାନଙ୍କଠୁ 30ଟି ସୁନା ଚେନ୍‌ ସହ 3ଟି ବାଇକ୍‌ ଜବତ ହୋଇଛି । ସୁନାଚେନ ଝାମ୍ପିନେବା ପରେ ସେମାନେ ଏସବୁକୁ ବିକ୍ରି କରୁଥିବା ତଦନ୍ତ ବେଳେ ଜଣାପଡିଛି।"

ଏହା ବି ପଢନ୍ତୁ...ବ୍ଲାକ୍‌ ପଲସର ଆତଙ୍କ, 3 ଜଣିଆ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ସେ ଆହୁରି ମଧ୍ୟ କହିଛନ୍ତି, "ଗୋଲ୍ଡ ଫାଇନାନ୍ସ ଓ ବ୍ୟାଙ୍କରେ ଲୁଟେରାମାନେ ସୁନା ଚେନ ବନ୍ଧକ ରଖୁଥିଲେ । ଅନାମଧେୟ ସୁନା ଦୋକାନ ନାଁରେ ଫର୍ଜି ବିଲ ତିଆରି କରି‌ ଦୀର୍ଘଦିନ ପର୍ଯ୍ୟନ୍ତ ସେସବୁକୁ ବନ୍ଧକ ରଖୁଥିଲେ ବୋଲି ଜଣାପଡିଛି । ଏହାପରେ ଲୁଟେରାମାନେ ଗୋଲ୍ଡ ଲୋନ ଆଣି ଲୋନ ଟଙ୍କାରେ ମଉଜ ମଜଲିସ କରୁଥିଲେ । ନୟାପଲ୍ଲୀ, ଶହୀଦନଗର, କ୍ୟାପିଟାଲ ଥାନା ଓ ଭରତପୁର ଥାନା ଅଞ୍ଚଳରୁ ୪ଟି କେସରେ ତଦନ୍ତ ବେଳେ ସେମାନେ 30ଟି ସୁନା ଚେନ ଝାମ୍ପିଥିବା ପୋଲିସ ଜାଣିବାକୁ ପାଇଥିଲା। ଏମାନଙ୍କ ମଧ୍ୟରେ 4ଜଣ ଅଭିଯୁକ୍ତ ପେସାଦାର‌ ଲୁଟେରା ଥିବାବେଳେ ଏମାନଙ୍କ ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର ଥିଲା ସର୍ବେଶ୍ବର ଗୋଛାୟତ ।"

ସର୍ବେଶ୍ବର ପୂର୍ବରୁ ଛିନତାଇ ତଥା ଲୁଟ ଆଦି ମାମଲାରେ ସାମିଲ ଥିଲା । ପରେ ପରେ ଅନ୍ୟ 3 ଅଭିଯୁକ୍ତ ସନ୍ତୋଷ ନାୟକ, ବୁଲୁ ନାୟକ ଓରଶ୍ମି ରଞ୍ଜନ ନାୟକ ଜରିଆରେ ନୂଆ ଗ୍ୟାଙ୍ଗ ତିଆରି କରିଥିଲା ସର୍ବେଶ୍ବର । ଏମାନେ କେବଳ କଟକ ଭୁବନେଶ୍ୱର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏପରି ଲୁଟପାଟ କରୁଥିବା ପୋଲିସ ଜାଣିବାକୁ ପାଇଛି । ତେବେ ପାର୍ବଣ ପୂର୍ବରୁ ଧରପଗଡ଼ ଆରମ୍ଭ କରିଥିବାବେଳେ ପୋଲିସକୁ ମିଳିଛି ବଡ଼ ସଫଳତା।


ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 4, 2023, 2:46 PM IST

ABOUT THE AUTHOR

...view details