ଓଡିଶା

odisha

By

Published : Jul 30, 2021, 10:55 PM IST

ETV Bharat / state

ଚେନ ଛଡାଇବା ବେଳେ ବାଇକରୁ ପଡି ଛେଚା ଖାଇଲେ ଲୁଟେରା

ବାଇକରେ ଯାଉଥିବା ଦମ୍ପତି ଙ୍କଠାରୁ ସୁନା ଚେନ ଝାମ୍ପିଲା ବେଳେ ତଳେ ପଡି ଦୁଇ ଲୁଟେରା ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

chain snaching two robbers fell off their bikes in khurdha
ଚେନ ଛଡାଇବା ବେଳେ ବାଇକରୁ ପଡି ଛେଚା ଖାଇଲେ ଲୁଟେରା

ଖୋର୍ଦ୍ଧା :ଚେନ ଛଡାଇବା ବେଳେ ବାଇକରୁ ପଡି ଛେଚା ଖାଇଲେ ଲୁଟେରା । ବାଇକରେ ଯାଉଥିବା ଦମ୍ପତି ଙ୍କଠାରୁ ସୁନା ଚେନ ଝାମ୍ପିଲା ବେଳେ ତଳେ ପଡି ଦୁଇ ଲୁଟେରା ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୫୭ ନଂ ଜାତୀୟ ରାଜପଥ ର ଖୋର୍ଦ୍ଧା ବେଗୁନିଆ ରାସ୍ତାରେ ।

ଚେନ ଛଡାଇବା ବେଳେ ବାଇକରୁ ପଡି ଛେଚା ଖାଇଲେ ଲୁଟେରା

ଖୋର୍ଦ୍ଧା ବେଗୁନିଆ ରାସ୍ତାରେ ବାଇକରେ ଏକ ଦମ୍ପତି ବାଇକ ଯୋଗେ ନୟାଗଡ଼ ଆଡକୁ ଯାଉଥିଲେ । ଏହି ସମୟରେ ଦୁଇ ଲୁଟେରା ତାଙ୍କୁ ପିଛା କରି ବେଗୁନିଆ ପେଟ୍ରୋଲ ପମ୍ପ ଛକ ନିକଟରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲା ବେଳେ ତଳେ ପଡିଯାଇଥିଲେ। ଏହାପରେ ସ୍ଥାନୀୟ ଲୋକ ମହିଳାଙ୍କ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚି ଲୁଟେରା ଦୁହିଁଙ୍କୁ କାବୁ କରି ନିର୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ। ଆହତ ଲୁଟେରାଙ୍କୁ ବେଗୁନିଆ ପୋଲିସ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଛି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details