ଓଡିଶା

odisha

ETV Bharat / state

Padampur Bypoll: ରାତି ପାହିଲେ ଭୋଟ ଦେବ ପଦ୍ମପୁର, ପ୍ରସ୍ତୁତି ଶେଷ - ଉପନିର୍ବାଚନ ପ୍ରସ୍ତୁତି ଉପରେ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର ଉପନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

Padampur bypoll: ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଲେ CEO
Padampur bypoll: ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଲେ CEO

By

Published : Dec 4, 2022, 1:28 PM IST

Updated : Dec 4, 2022, 3:36 PM IST

ଭୁବନେଶ୍ବର: ରାତି ପାହିଲେ ପଦ୍ମପୁର ଉପନିର୍ବାଚନ(Padampur bypoll) । ଏହାପୂର୍ବରୁ ଉପନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି । CEOଙ୍କ ସୂଚନା ଅନୁଯାୟୀ, ପୋଲିଂ ପାର୍ଟି ବୁଥ ଅଭିମୁଖେ ଯାଇସାରିଛନ୍ତି । 1276 ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି । ସାଇଲେନ୍ସ ପିରିୟଡ଼ରେ ଚେକିଂ କଡ଼ାକଡି କରିବାକୁ କଲେକ୍ଟର ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ସନ୍ଧ୍ୟା ସାଢେ଼ 6 ଯାଏଁ ଏକଜିଟ୍ ପୋଲ ଉପରେ କଟକଣା ଲାଗିଛି । ମଦ ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

Padampur Bypoll: ରାତି ପାହିଲେ ଭୋଟ ଦେବ ପଦ୍ମପୁର, ପ୍ରସ୍ତୁତି ଶେଷ

ଇଭିଏମରେ ତ୍ରୁଟି ଦେଖାଗଲେ ନୂଆ ଇଭିଏମ ପାଇଁ ବ୍ୟବସ୍ଥା ଅଛି । ପଦ୍ମପୁରରେ 319ଟି ସମ୍ବେଦନଶୀଳ ବୁଥ ରହିଛି । 306 ବୁଥର ନାମକୁ ପରିବର୍ତ୍ତନ କରାଯାଇଛି । 12ଟି ପ୍ରମାଣପତ୍ର ଭିତରୁ ଭୋଟର ଯେକୌଣସି ପ୍ରମାଣପତ୍ର ନେଇ ଭୋଟ ଦେବାକୁ ଆସିପାରିବେ । ଦିବ୍ୟାଙ୍ଗ ଭୋଟର ପାଇଁ ଘରୁ ଆଣି ଛାଡ଼ିବା ଲାଗି ଗାଡ଼ିର ବ୍ୟବସ୍ଥା ହୋଇଛି ।

ଉପନିର୍ବାଚନ ପାଇଁ ସକାଳ 7ଟା ରୁ ଅପରାହ୍ନ 4ଟା ଯାଏଁ ମତଦାନ ଚାଲିବ । 15ଟି ମଡେଲ ଓ 6ଟି ପିଙ୍କ୍ ବୁଥ ହୋଇଛି । 79 କ୍ରିଟିକାଲ୍ ବୁଥ ଅଛି । 120ବୁଥରେ ୱେବ୍ କାଷ୍ଟିଂ ଓ 66ଟି ବୁଥରେ ସିସିଟିଭି ଲାଗିଛି । 1413 ଜଣ ପୋଲିସ ନିଯୁକ୍ତ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 4, 2022, 3:36 PM IST

ABOUT THE AUTHOR

...view details