ଭୁବନେଶ୍ବର: ଆସନ୍ତାକାଲି ଆସୁଛନ୍ତି କେନ୍ଦ୍ରୀୟ ଏନକ୍ବାସ ଟିମ୍ । ଦୁଇ ଜଣିଆ କେନ୍ଦ୍ରୀୟ ଏନ୍କ୍ବାସ (ନାସନାଲ କ୍ବାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ଟିମ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବେ । ତିନିଦିନ ଧରି ହସ୍ପିଟାଲର ୧୯ ବିଭାଗକୁ ତଦାରଖ କରିବେ । ହସ୍ପିଟାଲକୁ କିଭଳି ପ୍ରମାଣପତ୍ର ମିଳିବ ଏବଂ କେନ୍ଦ୍ରୀୟ ଟିମର ତଦାରଖରେ ଯେପରି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ହସ୍ପିଟାଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ତିନିଦିନ ଧରି ଏହି ଟିମ ରୋଗୀ ଚିକିତ୍ସାରୁ ଆରମ୍ଭ କରି ସମସ୍ତ ନଥିପତ୍ର, ମାନବସମ୍ବଳ ଓ କାର୍ଯ୍ୟ କରୁଥିବା ଡାକ୍ତର, ସେବିକା ଓ ପାରାମେଡିକ୍ସ କର୍ମଚାରୀଙ୍କ ଦକ୍ଷତା ପରଖିବେ ।
ପ୍ରତ୍ୟେକ ଦିନ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି ହାଜାରହଜାର ରୋଗୀ । ଅନେକ ସମୟରେ ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁଥିବା ବେଳେ ଆଉ କିଛି ସମୟରେ ରୋଗୀମାନେ ଅସନ୍ତୋଷ ଜାହିର କରୁଛନ୍ତି । କେତେବେଳେ ଡାକ୍ତର ଅଭାବ ତ ଆଉ କେତେବେଳେ ଭିତ୍ତିଭୂମିର ଅଭାବ ଦେଖାଦେଇଥାଏ । ବିଭିନ୍ନ ସମୟରେ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରରଣ କରାଯାଇଥାଏ । ରୋଗୀଙ୍କ ସୁବିଧା ପାଇଁ ଚିକିତ୍ସାଳୟର ଗୋଟିଏ ସ୍ଥାନରେ ସୁପର ସ୍ପେସାଲିଟି ବ୍ୟବସ୍ଥା କରାଯାଇଛି । ହସ୍ପିଟାଲର କ୍ୟାମ୍ପସ ମଧ୍ୟରେ ଥିବା ଉପଔଷଧ ଭଣ୍ଡାର ନିକଟରେ ସ୍ଵତନ୍ତ୍ର ଭାବରେ ଗୋଟିଏ ସ୍ଥାନରେ ୬ ବିଭାଗର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ହେଲେ ଏଠାରେ ଡାକ୍ତରଙ୍କ ଅଭାବ ଯୋଗୁଁ ସାଧାରଣ ଗରିବ ରୋଗୀର ହଟହଟା ହେଉଛନ୍ତି । ଯାହାକୁ ନେଇ ଅନେକ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢ଼ନ୍ତୁ:କ୍ୟାପିଟାଲ ହସପିଟାଲରେ ୫ଟି ସଚିବ, ଭିତ୍ତିଭୂମି ରୋଗୀସେବା ବ୍ୟବସ୍ଥାର କଲେ ସମୀକ୍ଷା