ଭୁବନେଶ୍ବର: ଓଡ଼ିଶାରେ ପିଏମଶ୍ରୀ ଯୋଜନା ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ । ଓଡ଼ିଶାର କେନ୍ଦ୍ରୀୟ ଏବଂ ନବୋଦୟ ବିଦ୍ୟାଳୟ ଗୁଡ଼ିକରେ ପିଏମଶ୍ରୀ ସ୍କୁଲ ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଭାଷଣ ରଖିଛନ୍ତି । ଓଡ଼ିଶାରେ ପିଏମଶ୍ରୀ ଲାଗୁ କରିବା ପାଇଁ ଗତ 1 ବର୍ଷ ଭିତରେ 3 ଥର ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗୋଟିଏ ଦୁଇଟି ରାଜ୍ୟ ରାଜନୈତିକ ଉଦ୍ଦେଶ୍ୟ ରଖି ଯୋଜନା ଲାଗୁ କରୁନଥିବା ଅଭିଯୋଗ କରିଛି ବିଜେପି । ଧର୍ମେନ୍ଦ୍ର କହିଛନ୍ତି, "ସେହି ରାଜ୍ୟଗୁଡ଼ିକ ଭଳି ଓଡ଼ିଶା ସରକାରଙ୍କର ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବ ବୋଲି ବିଶ୍ୱାସ ଅଛି । କୌଣସି ନା କୌଣସି କାରଣରୁ ଓଡ଼ିଶାରେ ଏହି ଯୋଜନା ଲାଗୁ କରୁନାହାନ୍ତି ।"
କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାର ଯେକୌଣସି ଏକ ବ୍ଲକ ଏବଂ ମ୍ୟୁନସିପାଲଟିରେ 2ଟି ସ୍କୁଲକୁ ଉଦାହରଣ ସ୍ୱରୂପ ନିଆଯିବ । ଗୋଟିଏ ସ୍କୁଲରେ 2 କୋଟି ଟଙ୍କାର ଅନୁଦାନର ଦାୟିତ୍ଵ ନେବେ କେନ୍ଦ୍ର ସରକାର । ଓଡ଼ିଶାର 400ଟି ବ୍ଲକ ଏବଂ ମ୍ୟୁନସିପାଲଟିକୁ ମିଶାଇଲେ 8ଶହ ସ୍କୁଲରେ ପାଖାପାଖି 15ଶହ କୋଟିରୁ ଅଧିକ ଟଙ୍କା 5 ବର୍ଷ ଭିତରେ ପାଇବେ । ଓଡ଼ିଶାରେ ରାଜ୍ୟ ସରକାରଙ୍କର ସ୍କୁଲ ରୂପାନ୍ତରଣ ଯୋଜନା ଚାଲିଛି । ଏହାର ସଂଖ୍ୟା 6 ହଜାର 5ଶହ । ଯିଏ ସ୍କୁଲ ପାଇଁ କାମ କରୁଛି ଭଲ କଥା ।"