ଓଡିଶା

odisha

ETV Bharat / state

ସଂଗ୍ରାମୀଙ୍କ ଗାଁରେ ୧୨୬ତମ ନେତାଜୀ ଜୟନ୍ତୀ ପାଳିତ, ବୀର ପୁରୁଷଙ୍କ ମନେ ପକାଇଲେ ଛାତ୍ରଛାତ୍ରୀ - ନେତାଜୀ ସୁବାଷ ଚନ୍ଦ୍ର ବୋଷ

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ଏହି ମହାନ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢ଼ନ୍ତୁ

126 birth anniversary of netaji
୧୨୬ ତମ ନେତାଜୀ ଜୟନ୍ତୀ ପାଳିତ

By

Published : Jan 23, 2023, 12:14 PM IST

ସଂଗ୍ରାମୀଙ୍କ ଗାଁରେ ୧୨୬ତମ ନେତାଜୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା: "ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧିନତା ଦେବି" । ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଦିଲ୍ଲୀ ଚଲୋ.. ନାରା ଦେଇ ଦେଶର ସ୍ବାଧୀନତା ସଂଗ୍ରାମକୁ ବଳ ଦେଇଥିବା ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଜନ୍ମ 1897 ଜାନୁୟାରୀ 23 ଓଡ଼ିଶା ମାଟିରେ ଜନ୍ମ ହୋଇଥିଲେ । ଆଜି ଏହି ମହାନ ପୁରୁଷଙ୍କ ୧୨୬ ତମ ଜୟନ୍ତୀ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଚମ୍ପାଇଲୋ ଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ । ତାଙ୍କ ଜନ୍ମ ଦିବସକୁ ସ୍ମରଣ କରୁଛନ୍ତି ଦେଶବାସୀ । ଗଣତନ୍ତ୍ର ଏବଂ ସ୍ୱାଧୀନତା ଦିବସ ଭଳି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଚମ୍ପାଇଲୋ ଗାଁରେ ଉତ୍ତୋଳନ ହୋଇଛି ଜାତୀୟ ପତାକା । ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାମ ଭାବେ ପରିଚିତ ଚମ୍ପାଇଲୋରେ ସକାଳୁ ପ୍ରଭାତଫେରି କରି ଛାତ୍ରଛାତ୍ରୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ ପତାକା ଉତ୍ତୋଳନ କରିଛନ୍ତି । 1993 ମସିହା ଠାରୁ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ ଏହିଭଳି କାର୍ଯ୍ୟକ୍ରମ କରିଆସୁଥିବା କହିଛନ୍ତି ଗ୍ରାମବାସୀ ।

30ରୁ ଉର୍ଦ୍ଧ୍ବ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ପରିଚିତ ଚମ୍ପାଇଲୋ । ଗରିବର କଷାଘାତର ଶିକାର ହୋଇ ଗ୍ରାମର ଯୁବକମାନେ ରେଙ୍ଗୁନ ଯାଇଥିଲେ ସୂତା କାଟିବା ପାଇଁ, ଆଉ ସେତେବେଳେ ସୁବାଷ ବୋଷଙ୍କ ଡାକରା "ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧିନତା ଦେବି" ନାରାରେ ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇଥିଲେ ଏବଂ ଦେଶ ମାତୃକାର ସେବା ପାଇଁ ଇଂରେଜ ବିରୁଦ୍ଧରେ ଲଢେଇ କରିଥିଲେ ।

ସଶସ୍ତ୍ର ଆନ୍ଦୋଳନ ଦ୍ଵାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦୃଢ ବିଶ୍ଵାସ ଥିଲା । ସେଥିପାଇଁ ନେତାଜୀ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ଵ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ଵାଧୀନ ସରକାର ଗଠନ କଲେ । ଏହାପରେ ଆହ୍ଵାନ ଦେଇଥିଲେ ଦିଲ୍ଲୀ ଚଲୋ.... । ଏହା ସହିତ ଆରମ୍ଭ ହୋଇଥିଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା । ନେତାଜୀ ଭାରତର ସେହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଅନ୍ୟତମ ଯେ କି ଆଜି ବି ଯୁବ ବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details