ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶିକ୍ଷକମାନଙ୍କ ଅଭିଯୋଗ । ରେଗୁଲାର କରିବା ପାଇଁ ପ୍ରତିଶୃତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏବେ ମଧ୍ୟ ଡିଇଓଙ୍କ ଫାଇଲ ତଳେ ରେଗୁଲରାଇଜେସନ୍ ପ୍ରକ୍ରିୟା । ତେବେ ୭ ଦିନ ମଧ୍ୟରେ ରେଗୁଲରାଇଜେସନ୍ ପକ୍ରିୟା ନହେଲେ ଶିକ୍ଷକମାନେ ରାଜ ରାସ୍ତାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛି ସିବିଟି ଶିକ୍ଷକ ସଙ୍ଘ ।
ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତି ଯୋଗୁଁ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ ଘଟିବା ସଙ୍ଗେ ସଙ୍ଗେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାର ଘୋଷଣା ମଧ୍ୟ କରାଗଲା । ୭୦ ହଜାର କର୍ମଚାରୀଙ୍କୁ ନିୟମିତ କରାଗଲା । GA ବିଭାଗ, ଓଡିଶା ଗେଜେଟଙ୍କ ପତ୍ର ଜରିଆରେ ବିଭିନ୍ନ ବିଭାଗର ଚୁକ୍ତି ଭିତ୍ତିକ କର୍ମଚାରୀମାନେ ନିୟମିତ ହେଉଛନ୍ତି । କିନ୍ତୁ ଶିକ୍ଷା ବିଭାଗର ମେମୋ ହେବା ସତ୍ତ୍ବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମେମୋ ପ୍ରେରଣ ହୋଇନଥିବାରୁ ପ୍ରାୟ ୨୦ ହଜାର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ନିୟମିତ ହେବାରେ ବିଳମ୍ବ ହେଉଛି ।