ଓଡିଶା

odisha

ETV Bharat / state

CBSE ୩୦-୭୦ ରେଜଲ୍ଟକୁ ନେଇ ଅଭିଭାବକ ସଂଘ ଅସନ୍ତୋଷ - ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ

ସିବିଏସି ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓଡିଶା ଅଭିଭାବକ ମହାସଂଘର ଟୋଲଫ୍ରି ନଂ 7077018888 ଓ ୱେବସାଇଟ- www.oamodisha.org ରେ ଫର୍ମ ଭରି ନିଜର ମତାମତ ଦେଇପାରିବେ । ଅଧିକ ପଢନ୍ତୁ

ସିବିଏସସି ୩୦-୭୦ ରେଜଲ୍ଟକୁ ନେଇ ଅଭିଭାବକ ସଂଘ ଅସନ୍ତୋଷ
ସିବିଏସସି ୩୦-୭୦ ରେଜଲ୍ଟକୁ ନେଇ ଅଭିଭାବକ ସଂଘ ଅସନ୍ତୋଷ

By

Published : Aug 31, 2022, 12:27 PM IST

ଭୁବନେଶ୍ବର: ଗତ ଜୁଲାଇ 22 ତାରିଖରେ ପ୍ରକାଶ ପାଇ ସାରିଛି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ । ହେଲେ ସେମାନଙ୍କ ରେଜଲ୍ଟ ଓ ବୋର୍ଡର ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଅନେକ ଛାତ୍ରଛାତ୍ରୀ । ହଠାତ୍‌ ବୋର୍ଡର ମୂଲ୍ୟାୟନ ପଦ୍ଧତି ପରିବର୍ତ୍ତନ ଉପରେ ପ୍ରଶ୍ନ ଉଠାଇଛନ୍ତି । ବୋର୍ଡର ଏଭଳି ଅବହେଳା ପାଇଁ ଅଭିଭାବକ ମହାସଂଘ ତରଫରୁ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ PIL ଦାଖଲ କରାଯାଇଥିଲା । ଏନେଇ ଉଚ୍ଚ ନ୍ୟାୟାଳୟ ଛାତ୍ରଛାତ୍ରୀଙ୍କ ସପକ୍ଷରେ ସୁପାରିଶ ଦେଇଥିଲେ l ତେଣୁ ସାମ୍ବାଦିକ ସମ୍ମିଳନୀ ଦ୍ବାରା ଓଡିଶା ଅଭିଭାବକ ମହାସଂଘ ଘୋଷଣା କହିଛି, କି ଯେଉଁ ଛାତ୍ରଛାତ୍ରୀ ମାନେ ତାଙ୍କର ମତାମତ ଦେବେ ସେମାନେ ଓଡିଶା ଅଭିଭାବକ ମହାସଂଘର ଟୋଲଫ୍ରି ନଂ 7077018888 ଓ ୱେବସାଇଟ- www.oamodisha.org ରେ ଫର୍ମ ଭରି ନିଜର ମତାମତ ଦେଇପାରିବେ ।

ସିବିଏସସି ୩୦-୭୦ ରେଜଲ୍ଟକୁ ନେଇ ଅଭିଭାବକ ସଂଘ ଅସନ୍ତୋଷ
କୋରୋନା ପାଇଁ ଏବର୍ଷ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହୋଇଥିଲା । ଯାହା ଟର୍ମ 1 ଏବଂ ଟର୍ମ 2 ରେ ହୋଇ ଉଭୟ ପରୀକ୍ଷାର ଥିଓରୀ ଓ ପ୍ରାକ୍ଟିକାଲର 50 %-50 % ମାର୍କକୁ ନେଇ ଫାଇନାଲ ରେଜଲ୍ଟ ପ୍ରକାଶ କରାଯିବ ବୋଲି 5 ଜୁଲାଇ 2021ରେ ସିବିଏସଇ ତରଫରୁ ଘୋଷଣା ହୋଇଥିଲା । ସେହି ଅନୁଯାୟୀ ପିଲାମାନେ ଟର୍ମ 1 ପରୀକ୍ଷା ଦେଲେ । ପରୀକ୍ଷା ଫଳ ପ୍ରକାଶ ପରେ ଏପ୍ରିଲ ପ୍ରଥମ ସପ୍ତାହରେ ଏକ ଖବର ପ୍ରକାଶ ପାଇଥିଲା କି ଟର୍ମ 1ର 30% ଓ ଟର୍ମ 2ର 70% ମାର୍କକୁ ନେଇ ଫାଇନାଲ ରେଜଲ୍ଟ ବାହାରିବ । ଏହି ପ୍ରକାଶିତ ଖବରକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ଏପ୍ରିଲ 5 ତାରିଖରେ ଟ୍ୱିଟର ଜରିଆରେ ଏହା ଫେକ ନ୍ୟୁଜ( Fake news) ବୋଲି କହିଥିଲେ । ପୂର୍ବ ନିଷ୍ପତ୍ତି ଆଧାରରେ ମାର୍କିଙ୍ଗ କରାଯିବା ନେଇ ସୂଚନା ଦିଆଯାଇଥିଲା l ଟର୍ମ 1 ପରୀକ୍ଷାର ତିନିମାସ ପରେ ପିଲାମାନେ ଟର୍ମ 2 ପରୀକ୍ଷା ଦେଇଥିଲେ l

ହେଲେ ଟର୍ମ 1 ର ଥିଓରୀ ର 30% ଓ ଟର୍ମ 2 ଥିଓରୀ ର 70% ମାର୍କ ଏବଂ ଉଭୟ ଟର୍ମ 1 ଓ ଟର୍ମ 2 ର ପ୍ରାକ୍ଟିକାଲ ପରୀକ୍ଷା 50%-50% ମୂଲ୍ୟାୟନ ଆଧାରରେ ସିବିଏସସି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ଏନେଇ ଅଭିଭାବକ ସଂଘ ପ୍ରଶ୍ନ କରିଛି । କର୍ତ୍ତୃପକ୍ଷ ଯଦି 30-70 ଆଧାରରେ ମୂଲ୍ୟାୟନ କଲେ ତେବେ ପୂବରୁ ଏହା ଘୋଷଣା କଲେ ନାହିଁ କାହିଁକି ? କଣ ପାଇଁ ପୂର୍ବରୁ ଏହା ଫେକ ନ୍ୟୁଜ ବୋଲି କହିଥିଲେ ? ବୋର୍ଡର ଏଭଳି ଅବହେଳା ସହିତ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ତେବେ ନିଜ ପରୀକ୍ଷା ଫଳରେ ସନ୍ତୁଷ୍ଟ ନ ଥିବା ସିବିଏସସି ଛାତ୍ରଛାତ୍ରୀଙ୍କ ଉଚିତ ନ୍ୟାୟ ପ୍ରଦାନ ପାଇଁ ଓଡିଶା ଅଭିଭାବକ ମହାସଂଘ ତରଫରୁ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆଡ଼ଭୋକେଟ ଆଦିଶା ମହାନ୍ତି PIL ଦାଖଲ କରିଥିଲେ l

ଏନେଇ ଉଚ୍ଚ ନ୍ୟାୟାଳୟ ସୁପାରିଶ ଦେଇ କହିଛନ୍ତି କି, ‘‘ଯେଉଁ ପିଲାମାନେ ପୂର୍ଵ ଘୋଷଣା ମୁତାବକ 50 - 50 ଆଧାରରେ ମୂଲ୍ୟାୟନ ପାଇଁ ଚାହାନ୍ତି ସେମାନେ ତାଙ୍କର ମତାମତ ଏକ ଫର୍ମାଟ ମାଧ୍ୟମରେ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରିବେ l ଯେହେତୁ ଏହି ମାମଲା ସାରା ଦେଶର ସମସ୍ୟା ଆଧାରିତ ତେଣୁ ଗୁରୁତ୍ଵର ସହିତ ଏବଂ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ନିଷ୍ପତ୍ତି ନିଆଯିବ । ତେଣୁ ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଘୋଷଣା କରି କହିଛି କି ଯେଉଁ ଛାତ୍ରଛାତ୍ରୀ ମାନେ ତାଙ୍କର ମତାମତ ଦେବେ ସେମାନେ ଓଡିଶା ଅଭିଭାବକ ମହାସଂଘର ଟୋଲଫ୍ରି ନଂ 7077018888 ଓ ୱେବସାଇଟ- www.oamodisha.org ରେ ଫର୍ମ ଭରି ନିଜର ମତାମତ ଦେଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details