ଓଡିଶା

odisha

ETV Bharat / state

ଫେରିଲା ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲା, କାଠଗଡାରେ ପ୍ରଭାତ ବିଶ୍ଵାଳ ଓ ତାଙ୍କ ପତ୍ନୀ - ଫେରିଲା ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲା

୫୦୦ କୋଟିର ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲା । କାଠଗଡାରେ ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ଵାଳ ଓ ତାଙ୍କ ପତ୍ନୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 23, 2023, 9:43 PM IST

ଭୁବନେଶ୍ବର:ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆରମ୍ଭ ହେଲା ବିଚାର ପ୍ରକ୍ରିୟା । କୋର୍ଟରେ ହାଜର ହେଲେ ପୂର୍ବତନ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ଵାଳ ଓ ତାଙ୍କ ପତ୍ନୀ । ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର ହୋଇ କେସର ଚାର୍ଜଫ୍ରେମ୍ ହୋଇଛନ୍ତି । ତାଙ୍କ ବିରୋଧରେ ଲାଗିଥିବା ଠକେଇ କେସର ଦଫା ସମ୍ପର୍କରେ କୋର୍ଟ ଅବଗତ କରାଇବା ସହ ଏହି ଠକେଇ ମାମଲାରେ ସେ ଦୋଷ ସ୍ବୀକାର କରିବେ ନା କେସ ଶୁଣାଣି ପାଇଁ ଆଇନଗତ ଲଢ଼େଇ ପାଇ ପ୍ରସ୍ତୁତ ହୋଇଛନ୍ତି ସେ ନେଇ ସେ ନିଜର ମତ ରଖିଛନ୍ତି ।

ତେବେ ୫୦୦ କୋଟିର ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲା । ଯାହାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସ । ୨୦୧୧ ମସିହାରେ ଏନେଇ ପ୍ରଶାନ୍ତ ଦାସଙ୍କ ସହ ଚୌଦ୍ବାର ପୂର୍ବତନ ବିଧାୟକଙ୍କ ମଧ୍ୟରେ ଏକ ୨୫ ଲକ୍ଷର ଆର୍ଥିକ କାରବାର ହୋଇଥିଲା । ଯାହାକୁ ନେଇ ସିବିଆଇର ତଦନ୍ତ ଘେରକୁ ଆସିଥିଲେ ପ୍ରଭାତ ବିଶ୍ଵାଳ ଓ ତାଙ୍କ ପତ୍ନୀ । ଯାଜପୁର ବେଣା ପଞ୍ଜରିରେ ପତ୍ନୀଙ୍କ ନାଁରେ ଥିବା ଏକ ଜମି କିଣାବିକା ପାଇ ୨୫ଲକ୍ଷର କାରବାର ହୋଇଥିଲା । ଯାହାକୁ ନେଇ ଏଭଳି ଆର୍ଥିକ କାରବାର ପାଇ ପୂର୍ବତନ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ଵାଳଙ୍କୁ ଗିରଫ ହେବାକୁ ପଡ଼ିଥିଲା ।

ଏହା ବି ପଢନ୍ତୁ- ଚିଟଫଣ୍ଡ ମାମଲା: ସିସୋରର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି

ହେଲେ ବିଧାୟକ ଦାବି କରିଆସୁଛନ୍ତି ଯେ ତାଙ୍କ ପତ୍ନୀ ନାଁରେ ଥିବା ଜମି ବିକିବା ପାଇଁ ଯେଉଁ ଟଙ୍କା କାରବାର ହୋଇଥିଲା ତାହାକୁ ପରବର୍ତ୍ତୀ ପର୍ଯାୟରେ ପ୍ରଭାତ ବିଶ୍ଵାଳ ସିସୋରକୁ ଫେରାଇ ଦେଇଥିଲେ । ତେବେ ଆର୍ଥିକ କାରବାର ପାଇଁ ସିବିଆଇର ବିବାଦ ଘେରକୁ ଆସିଥିବା ପୂର୍ବତନ ବିଧାୟକ ପରେ ସେ ହାଇକୋର୍ଟରୁ ସ୍ଵାସ୍ଥ୍ୟଗତ ଦର୍ଶାଇ ସର୍ତମୂଳକ ଜାମିନରେ ମୁକୁଳିଥିଲେ । ତେବେ ବିଧାୟକ ସିସୋରଠାରୁ ନେଇଥିବା ଟଙ୍କା ଫେରାଇ ଦେଇଥିବା ସିବିଆଇ ଆଗରେ ଯୁକ୍ତି ବାଢିଥିଲେ ମଧ୍ୟ ତଦନ୍ତ ବେଳେ ଦେଖାଇଥିବା ପ୍ରମାଣକୁ ସିବିଆଇ ବିଶ୍ବାସକୁ ନେଇନଥିଲା ।

ଏପରିକି ବିଧାୟକ ସିସିସୋରଠାରୁ ୨୫ଲକ୍ଷ ଟଙ୍କା ଜମି କିଣାବିକା ବାବଦରେ ଚେକ୍ ଆକାରରେ ଟଙ୍କା ନେଇଥିଲେ ସତ ହେଲେ ଏନେଇ ପରେ ଜମି ନ ବିକିବା ମନସ୍ଥ କରି ପରେ ଟଙ୍କା କ୍ୟାସ୍ ଆକାରରେ ଫେରାଇଥିବା ସେ ଦର୍ଶାଇଥିଲେ । ଏନେଇ ପ୍ରମାଣ ସ୍ବରୂପ ଏଗ୍ରିମେଣ୍ଟ କପି ଯାହାକି ସିସୋର ଓ ବିଧାୟକଙ୍କ ମଧ୍ୟରେ ହୋଇଥିଲା ତାକୁ ଦର୍ଶାଇଥିଲେ । ହେଲେ ଏଗ୍ରିମେଣ୍ଟର ଷ୍ଟାମ୍ପ ଓ ମୋହର କପିକୁ ନେଇ ବିଶ୍ବାସକୁ ନେଇନଥିଲା ସିବିଆଇ । ଯାହାକୁ ନେଇ ବିବାଦ ଘେରକୁ ଆସିଥିଲେ ପୂର୍ବତନ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ଵାଳ ଓ ତାଙ୍କ ପତ୍ନୀ ।

ଏହା ବି ପଢନ୍ତୁ- ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟଙ୍କ ଝଟକା, ବର୍ଷକ ଭିତରେ ଟ୍ରାଏଲ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

ଏନେଇ ସେବେଠୁ ବିଧାୟକ ଟଙ୍କା ଫେରାଇଥିବା ଦାବି କରୁଥିବା ବେଳେ ସିବିଆଇ କିନ୍ତୁ ଠକେଇ ଟଙ୍କା ବିଧାୟକ ଚଳୁ କରିଛନ୍ତି ବୋଲି ତାଙ୍କ ନାଁରେ ଦଫା ୪୨୦, ୧୨୦ ବି, ୪୦୯, ୪୬୭, ୪୬୮ ଓ ୪୭୧ରେ କେସ କରିଛି । ପରେ ଆଇନଗତ ଦିଗରୁ ସିସୋର ମାମଲାରୁ ନିଜର ଅଲଗା ଭାବେ ବିଚାର ପ୍ରକ୍ରିୟା ପାଇ ହାଇକୋର୍ଟରୁ ଅନୁମତି ଆଣିଥିଲେ । ଯାହାକୁ ଆଧାର କରି ସିବିଆଇ କୋର୍ଟରେ ଚାର୍ଜଫ୍ରେମ ପାଇଁ କୋର୍ଟରେ ହାଜର ହୋଇଛନ୍ତି ଉଭୟ ପୂର୍ବତନ ବିଧାୟକ ଓ ପତ୍ନୀ ।

କୋର୍ଟର କାଠଗଡାରେ ହାଜର ହୋଇ ଏହି ଠକେଇ ମାମଲାରେ ଦୋଷ ସ୍ବୀକାର କରିବେ ନା ସେ ଆଇନଗତ ଲଢ଼ିବାକୁ ରାଜି ଅଛନ୍ତି କୁହାଯାଇଥିଲା । ଏହି ମାମଲାର ଆଇନଗତ ବିଚାର ପ୍ରକ୍ରିୟା ସେ ରାଜି ଥିବା ତାଙ୍କ ଓକିଲ ଜରିଆରେ ଦର୍ଶାଇବା ପରେ ଏନେଇ ଖୁବଶୀଘ୍ର ଆରମ୍ଭ ହେବ ବିଚାର ପ୍ରକ୍ରିୟା । ପ୍ରକୃତରେ ପ୍ରଭାତ ବିଶ୍ଵାଳ ଟଙ୍କା ଫେରାଇବା ଘଟଣା ସତ ନା ମିଛ ଏନେଇ କୋର୍ଟରେ ଏହାର ପ୍ରମାଣ ଓ ଆଇନଗତ ଲଢ଼େଇ ହେବ । ଏହି ମାମଲାରେ ଉଭୟ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଓ ତାଙ୍କ ପତ୍ନୀଙ୍କୁ ବିଚାର ପ୍ରକ୍ରିୟାରେ କ୍ଲିନଚିଟ୍ ମିଳିବ ନା ଦୋଷୀ ସାବସ୍ତ୍ୟ ହେବେ ତା ବିଚାର ପ୍ରକ୍ରିୟା ଉପରେ ନିର୍ଭର କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details