ଓଡିଶା

odisha

ETV Bharat / state

ସ୍କୁଲ ଟେଣ୍ଡର ନାଁରେ ଲାଞ୍ଚ କାରବାର: ୭ ହେଭିୱେଟ ଗିରଫ, ମାୟାନଗରୀ ଯାଏ ଲମ୍ବିଛି ଚେର - 7 arrested by cbi in bribe case

ଆଦର୍ଶ ଆବାସିକ ବିଦ୍ୟାଳୟ ନାଁରେ ଲାଞ୍ଚ କାରବାର। ଟେଣ୍ଡର ହାତେଇବାକୁ ବେସରକାରୀ କମ୍ପାନିର ଷଡ଼ଯନ୍ତ୍ର । ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ୭ ହେଭିଓ୍ବେଟ । ପାଖାପାଖି 20 ଲକ୍ଷ ଟଙ୍କାର ହେଉଥିଲା ଲାଞ୍ଚ କାରବାର । ଦେଶର 6 ବଡ ବଡ ସହରରେ ଚଢାଉ ।

ସ୍କୁଲ ଟେଣ୍ଡର ନାଁରେ ଲାଞ୍ଚ କାରବାର: ସିବିଆଇ ଜାଲରେ ୭ ହେଭିଓ୍ବେଟ
ସ୍କୁଲ ଟେଣ୍ଡର ନାଁରେ ଲାଞ୍ଚ କାରବାର: ସିବିଆଇ ଜାଲରେ ୭ ହେଭିଓ୍ବେଟ

By ETV Bharat Odisha Team

Published : Sep 18, 2023, 9:01 AM IST

ଭୁବନେଶ୍ୱର: ଆଦର୍ଶ ଆବାସିକ ବିଦ୍ୟାଳୟ ନାଁରେ ଲାଞ୍ଚ କାରବାର । ଟେଣ୍ଡର ହାତେଇବାକୁ ବେସରକାରୀ କମ୍ପାନିର ଷଡ଼ଯନ୍ତ୍ର । ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ୭ ହେଭିଓ୍ବେଟ । 19 ଲକ୍ଷ 96 ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋରେ ବ୍ରିଜ ଆଣ୍ଡ ରୁଫ କମ୍ପାନୀ (ଇଣ୍ଡିଆ) ଲିମିଟେଡର ସିଏମଡିଙ୍କ କାର୍ଯ୍ୟନିର୍ବାହୀ ସଚିବଙ୍କ ସମେତ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) । ଏନେଇ ସିବିଆଇ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି ।

ସୂଚନା ମୁତାବକ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ବିଭାଗ ଅଧିନରେ ଆଦିବାସୀ ଅଞ୍ଚଳରେ ପିଲାମାନଙ୍କ ପାଠ ପଢିବା ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥାଏ । ଏନେଇ ଓଡ଼ିଶାରେ ଏପରି ଏକ ବିଦ୍ୟାଳୟର ଟେଣ୍ଡର ପାଇଁ କୋଲକତାର ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡକୁ ସରକାରୀ କର୍ମଚାରୀଙ୍କ ପାଇଁ ଲାଞ୍ଚ ମଗାଯାଇଥିଲା । ତେବେ ଜଣେ ମଧ୍ୟସ୍ଥି ମାଧ୍ୟମରେ ଏହି ଲାଞ୍ଚ କାରବାର ଚାଲିଥିବା ବେଳେ ସିବିଆଇ ଏମାନଙ୍କୁ ଗିରଫ କରିଛି । ୯ଲକ୍ଷ ୯୬ହଜାର ଲାଞ୍ଚ ଟଙ୍କା ସହ ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ ।

ସ୍କୁଲ ଟେଣ୍ଡର ମାମଲାରେ ଦୁର୍ନୀତି ଅଭିଯୋଗରେ ଦେଶର 6ଟି ବଡ ବଡ ସହର ଅର୍ଥାତ କୋଲକାତା, ଦିଲ୍ଲୀ, ନୋଏଡ଼ା, ମୁମ୍ବାଇ, ନାଗପୁର, ରାଜକୋଟରେ ଚଢାଉ କରିଥିଲା ସିବିଆଇ । ଏହିସବୁ ସ୍ଥାନ ଗୁଡିକରେ ସିବିଆଇ ଏକାକାଳୀନ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଡିଜିଟାଲ ପ୍ରମାଣ ଏବଂ ନଗଦ 26.60 ଲକ୍ଷ ଟଙ୍କା ଜବତ କରିଛି ।

ଏହାମଧ୍ୟ ପଢନ୍ତୁ..ସିବିଆଇ ପରିଚୟ ଦେଇ 2 କୋଟି ଲୁଟ ଘଟଣା, ତଦନ୍ତରେ ଏଣ୍ଟ୍ରି ମାରିଲା ଇନକମ ଟ୍ୟାକ୍ସ

ଏହି ମାମଲାରେ ସମ୍ପୃକ୍ତ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ (ଇଣ୍ଡିଆ) ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକାରୀ ସଚିବ ଆଶିଷ ରାଜଦାନ, ଗୁଜୁରାଟର ରାଜକୋଟ ଅଞ୍ଚଳର ହେଟାଳ କୁମାର ରାଜଗୁରୁ, କୋଲକତାର ଶଶାଙ୍କ କୁମାର ଜୈନ, ଉତ୍ତରପ୍ରଦେଶ ନୋଏଡାରୁ ସୋମେଶ ଚନ୍ଦ୍ର, ମୁମ୍ବାଇର ଭୀର ଥାପ୍ପର, ଦିଲ୍ଲୀର ରାଜୀବ ରଞ୍ଜନ ଓ ତରଙ୍ଗ ଅଗ୍ରଓ୍ବାଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଆଦିବାସୀ ମନ୍ତ୍ରାଳୟ ଦ୍ବାରା ୧୯୯୭ରୁ ୯୮ମସିହରେ ଏହି ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଯୋଜନା ପ୍ରତିଷ୍ଠା କରାଯାଇଥିଲା । ଏହାର ଅନ୍ତର୍ଗତରେ ଦେଶର ବିଭିନ୍ନ ରାଜ୍ୟରେ ଏହି ସ୍କୁଲ ରହିଛି । ଓଡ଼ିଶାରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୦୪ଟି ସ୍କୁଲ ରହିଛି । ଯେଉଁଠି ୬ଷ୍ଠ ରୁ ଦ୍ଵାଦଶ ପର୍ଯନ୍ତ ପାଠ ପଢିବାର‌ ପ୍ରାବଧାନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details