ଓଡିଶା

odisha

ETV Bharat / state

ରାଜ୍ୟରେ ବଡ଼ ଧରଣର ଗୋ ମାଂସ ରାକେଟ, ଭୁବନେଶ୍ୱରରେ ଧରାପଡିବା ପରେ ଖୋଲିଛି ଚେର - ରାଜଧାନୀରୁ ୯ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗୋ ହାଡ଼ ଜବତ

ରାଜ୍ୟରେ କ୍ରମାଗତ ଭାବେ ଗୋମାଂସ କାରବାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହାର ହବ ପାଲଟିଛି ଖୋର୍ଦ୍ଧା ତଥା ଏହାର ଆଖପାଖ ଅଞ୍ଚଳ । ପୁଣି ଭୁବନେଶ୍ବରରୁ ୯ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗୋ ହାଡ଼ ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

cattle smuggling
ଗୋମାଂସ ଚାଲାଣ

By

Published : Jun 17, 2023, 5:07 PM IST

Updated : Jun 17, 2023, 8:22 PM IST

ଗୋମାଂସ ଚାଲାଣ

ଭୁବନେଶ୍ବର: ରାଜ୍ୟରେ ଅପରେଟ ହେଉଛି ଗୋମାଂସ ରାକେଟ । ବଡ ଧରଣର ଗୋରୁ ବେପାର ଚଲାଇଛନ୍ତି ବେପାରୀ । ଓଡ଼ିଶାରୁ ବାଂଲାଦେଶ ଭାୟା କଲିକତା ଦେଇ ଚାଲାଣ ହେଉଛି ଗୋମାଂସ । ଖୋର୍ଦ୍ଧା ଆଉ ଏହାରି ଆଖପାଖ ଅଞ୍ଚଳ ଏସବୁର ପେଣ୍ଠସ୍ଥଳ ପାଲଟିଛି । ଗତ ୧୫ ତାରିଖ ରାତିରେ ଭୁବନେଶ୍ୱରରୁ ବଡ଼ ଧରଣର ଗୋରୁ ହାଡ଼ କଣ୍ଟେନର ଜବତ ପରେ ଏଥିରେ ଏକ ରାକେଟ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି । ୯ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗୋ ହାଡ଼ ବୋଝେଇ ଟ୍ରକ ଜବତ ସହ କମିଶନରେଟ ପୋଲିସର ତମାଣ୍ଡୋ ଥାନା ୩ ଜଣଙ୍କୁ ଗିରଫ କରିଛି ।

ପୋଲିସର ସୂଚନା ଅନୁଯାୟୀ, ଗତ ୧୫ ତାରିଖ ରାତିରେ ଏକ ପଶ୍ଚିମବଙ୍ଗ ନମ୍ବର ଥିବା ଟ୍ରକ ଯୋଗେ ଗୋ ହାଡ଼ ଚାଲାଣ ହେଉଥିବା ଖବର ପାଇ ତମାଣ୍ଡୋ ଥାନା ହ୍ୟୁଣ୍ଡାଇ ସୋ ରୁମ୍ ପାଖରେ ବଜରଙ୍ଗ ଦଳ କର୍ମୀ ଗାଡ଼ିକୁ ଅଟକାଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିର କାଗଜ ପତ୍ର ଯାଞ୍ଚ କରିଥିଲା । ସେମାନେ ଏକ ଇ ୱେ ବିଲ ଦେଖାଇ ଖସିଯିବାକୁ ଉଦ୍ୟମ କରୁଥିଲେ। ହେଲେ ବଜରଙ୍ଗ ଦଳର କାର୍ଯକର୍ତ୍ତାଙ୍କ ବିରୋଧ ଓ ପୋଲିସ ଉପରେ ଚାପ ଯୋଗୁଁ ସେମାନଙ୍କୁ ଥାନାକୁ ନିଆଯାଇଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ତେବେ ଏହାର‌ ସଠିକ କାଗଜ ପତ୍ର ଦେଖାଇ ନ ପାରିବାରୁ ଗାଡ଼ି ସହ କଣ୍ଟେନର ଭର୍ତ୍ତି ଗୋ ହାଡ଼କୁ ମଧ୍ୟ ଜବତ କରି ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ।

ଖୋର୍ଦ୍ଧା ବେଣାପଞ୍ଜୁରୀରୁ ଗୋ ହାଡ଼ ନେଇ ପଶ୍ଚିମବଙ୍ଗ ଚାଲାଣ ବେଳେ ଭୁବନେଶ୍ୱରରୁ ଗାଡି ଠାବ ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ଜବତ ହାଡ଼ ସାମ୍ପୁଲକୁ ଭେଟେନାରୀ ବିଶେଷଜ୍ଞ ଜରିଆରେ ସଂଗ୍ରହ କରାଯାଇ ସେସବୁକୁ ଫରେନସିକ ଲ୍ୟାବକୁ ପଠାଯାଇଛି । ଏନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ତମାଣ୍ଡୋ ଥାନାଧିକାରୀ । ଏହି ଘଟଣାରେ ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ମଣିପୁର ଗାଁର ଲାଲୁ ଆଚାର୍ଯ୍ୟ, ସେରପୁରର ସଞ୍ଜୟ ଦତ୍ତ, ବଡବଡିଆର ନିତାଇ ମଇତି । ତିନି ଜଣ ଅଭିଯୁକ୍ତଙ୍କୁ ଆଇପିସିର ଧାରା ୩୭୯, ୪୨୯, ୩୪, ୧୨୦(ବି) ସହ ଆନିମଲ ପ୍ରିଭେନ୍ସନ କ୍ରୁଆଲିଟି ଆକ୍ଟ ଆଧାରରେଲ ପୋଲିସ କୋର୍ଟ ଚାଲାଣ କରିଛି । ତେବେ କେବଳ ହାଡ଼ ଜବତ ହୋଇଥିବା ବେଳେ ଏବେ ମାଂସ ଓ ଛାଲ କୁଆଡେ ଯାଇଛି, ତାହା ଏବେ ବଡ଼ ପ୍ରଶ୍ନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 17, 2023, 8:22 PM IST

ABOUT THE AUTHOR

...view details