ଖୋର୍ଦ୍ଧା: ବେଗୁନିଆ ଥାନା ଅଞ୍ଚଳରେ ମାତିଛନ୍ତି ଗୋ ମାଫିଆ । ଗ୍ରାମାଞ୍ଚଳରୁ ଗୋରୁଙ୍କୁ ସୁଦୂର କଲିକତା ଓ ବାଂଲାଦେଶ ଚାଲାଣ କରି ହେଉଛନ୍ତି ମାଲେମାଲ । ବିଶେଷକରି ବେଗୁନିଆ ଅଞ୍ଚଳରେ ଏହି ଗୋ ମାଫିଆ ମାନେ ବେଶ ସକ୍ରିୟ ହୋଇଉଠିଛନ୍ତି । ଆଜି ସନ୍ଧ୍ୟାରେ ଗୋ ଚାଲାଣକାରି ମାନେ ଏକ ପିକଅପ ଗାଡ଼ିରେ ଗୋ ଚାଲାଣ କରୁଥିବା ବେଗୁନିଆ ପୋଲିସ ଖବର ପାଇଥିଲା । ଟିକାତଳ ପ୍ରେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ଗୋରୁ ବୋଝେଇ ପିକଅପକୁ ଜବତ କରି ୧୩ଟି ଗୋରୁଙ୍କୁ ଉଦ୍ଧାର କରି ଡ୍ରାଇଭର ଶେଖ ଲିଆକତଙ୍କୁ ଗିରଫ କରିଥିବା ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି ।
ଗୋରୁ ଭର୍ତ୍ତି ପିକଅପ ଜବତ: ୧୩ ଗୋରୁ ଉଦ୍ଧାର, ଡ୍ରାଇଭର ଗିରଫ - ୧୩ ଗୋରୁ ଉଦ୍ଧାର, ଡ୍ରାଇଭର ଗିରଫ
ଗୋ ଚାଲାଣକାରୀ ମାନେ ଏକ ପିକଅପ ଗାଡ଼ିରେ ଗୋ ଚାଲାଣ କରୁଥିବା ବେଗୁନିଆ ପୋଲିସ ଖବର ପାଇ ଚଢ଼ାଉ କରି ଗୋରୁ ବୋଝେଇ ପିକଅପକୁ ଜବତ କରି ୧୩ଟି ଗୋରୁଙ୍କୁ ଉଦ୍ଧାର କରି ଡ୍ରାଇଭର ଶେଖ ଲିଆକତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...
ଗୋରୁ ଭର୍ତ୍ତି ପିକଅପ ଜବତ: ୧୩ ଗୋରୁ ଉଦ୍ଧାର, ଡ୍ରାଇଭର ଗିରଫ
ଗୋରୁ ଭର୍ତ୍ତି ପିକଅପ ଜବତ: ୧୩ ଗୋରୁ ଉଦ୍ଧାର, ଡ୍ରାଇଭର ଗିରଫ
ସୂଚନା ମୁତାବକ ଏକ ଗୋରୁ ବୋଝେଇ ପିକଅପ୍ ୫୭ନଂ ଜାତୀୟ ରାଜପଥରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ଗାଡିକୁ ଟିକାତଳ ପ୍ରେଟ୍ରୋଲ ପମ୍ପ ନିକଟରେ ଅଟକାଇଥିଲା । ଏଥିରେ ୧୩ଟି ଗୋରୁଙ୍କୁ ଦୟନୀୟ ଭାବେ ବନ୍ଧାଯାଇ ନିଆଯାଉଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଗାଡିକୁ ଜବତ କରିବା ସହିତ ସେଥିରେ ଥିବା ଗୋରୁଙ୍କୁ ପୋଲିସ ଉଦ୍ଧାର କରି ଭୁବନେଶ୍ବର ସିଜୁଆଠାରେ ଥିବା ଗୋଶାଳାରେ ଛାଡିଛି । ବେଆଇନ ଗୋଚାଲାଣ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରି ପିକଅପ୍ ଡ୍ରାଇଭର ସେକ ଲିଆକତକୁ ଗିରଫ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ