ଭୁବନେଶ୍ବର: ଶୀତଋତୁରେ ଘନ କୁହୁଡି ସାଧାରଣତଃ ଗମନାଗମନରେ ବାଧା ସୃଷ୍ଟି କରିଥାଏ । ତେବେ ବିଶେଷକରି ବିମାନ ଉଡାଣ କ୍ଷେତ୍ରରେ ଅନେକ ସମୟରେ ବିମାନର ପାଇଲଟ କୁ କୁହୁଡି ବିପଦ ହୋଇଥାଏ । ଏଥିପାଇଁ ବିମାନ ଚଳାଚଳ ରଦ୍ଦ ହୋଇଥାଏ । ସେହିପରି ବିମାନକୁ ଅବତରଣ କରିବା ସମୟରେ କୁହୁଡି ଲାଇନ ଠିକ ଭାବରେ ଦୃଶ୍ୟମାନ ହୋଇନଥାଏ । ତେବେ ଏଣିକି ଘନ କୁହୁଡିରେ ମଧ୍ୟ ପାଇଲଟକୁ ଦୃଶ୍ୟମାନ ହେବ ରନୱେ । ଏପରି ବ୍ୟବସ୍ଥା ହେବାକୁ ଯାଉଛି ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ । ଭୁବନେଶ୍ବର ବିମାନ ବନ୍ଦରରେ ସମ୍ପ୍ରସାରିତ ହେଉଛି କ୍ୟାଟ-2 ଭିଜନ ବ୍ୟବସ୍ଥା ।
ଏଥିପାଇଁ ଭୁବନେଶ୍ବର ବିମାନ ବନ୍ଦର 40 କୋଟି ଟଙ୍କା ବ୍ୟୟରେ ରନୱେରେ ସେଣ୍ଟର ଲାଇଟ ଲଗାଯାଇଛି । ଏହି ଲାଇଟ ବିଶେଷ ଭାବରେ ରନୱେର ତଳେ ରହିବ । ତେବେ ଏହି ଲାଇଟର ବ୍ୟବସ୍ଥା ମାର୍ଚ୍ଚ 31 ସୁଦ୍ଧା ସରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ପରେ ଭୁବନେଶ୍ଵର ବିମାନ ବନ୍ଦରରେ ଅପଗ୍ରେଡେଡ୍ ଇନଷ୍ଟ୍ରୁମେଣ୍ଟାଲ ଲାଇଟିଂ ସିଷ୍ଟମ ଲଗାଯିବ। ଯାହା ଦ୍ଵାରା କି 300 ମିଟର ଯାଏଁ ଦୃଶ୍ୟମାନରେ ବିମାନ ଅବତରଣ କରିପାରିବ । ଏବେ ଭୁବନେଶ୍ବର ବିମାନ ବନ୍ଦରରେ 500 ମିଟର ପର୍ଯ୍ୟନ୍ତ ଦୃଶ୍ୟମାନରେ ବିମାନ ଅବତରଣ କରିପାରୁଛି ।
ଏହା ମଧ୍ୟ ପଢନ୍ତୁ ....କୁହୁଡି ପାଇଁ ରାଉରକେଲାରୁ ଉଡିପାରୁନି ବିମାନ, ଯାତ୍ରୀ ହନ୍ତସନ୍ତ