ଭୁବନେଶ୍ବର:ଇଡି (ED)କୁ ମିଳିଲା ପାଓ୍ବାର କରିଡର ଲିଙ୍କ । ଧରାପଡିଲା ଅର୍ଚ୍ଚନା ନାଗର ଚତୁରତା । ଆକାଉଣ୍ଟ ରୁ ଆକାଉଣ୍ଟ ନେଉନଥିଲେ ଟଙ୍କା । ଏଟିଏମରୁ ଡିପୋଜିଟ ମେସିନ ଜରିଆରେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଜମା ହେଉଥିଲା ଟଙ୍କା । ରାଜ୍ୟ ବାହାରର ଏକାଧିକ ଏଟିଏମ ମେସିନରୁ ଅର୍ଚ୍ଚନା (Lady Blackmailer Archana Nag)ଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ସୂଚନା ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଛି ହେବିୱେଟ ନେତା ଧରା ନପଡ଼ିବା ପାଇଁ ଏପରି ଢଙ୍ଗରେ ଟଙ୍କା ଡିପୋଜିଟ କରୁଥିବା ପୋଲିସ ସନ୍ଦେହ କରୁଛି ।
ପୁଣି ଏକାଧିକ ଥର ମୋଟା ଅଙ୍କର ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଜମା ହୋଇଛି । କେହି ନ ଜାଣିବା ପାଇଁ ସମ୍ପୃକ୍ତ ନେତା ଏପରି ଚାଲାକି କରିଛନ୍ତି ବୋଲି ଇଡି ଅଧିକାରୀଙ୍କ ବିଶେଷ ସୁତ୍ରରୁ ସୂଚନା ମିଳିଛି । ଗୁରୁତ୍ବପୁର୍ଣ କଥା ହେଉଛି କିଏ ସେହି ହେବିଓ୍ବେଟ ଯିଏକି ବ୍ଲାକମେଲିଂର ଶିକାର ହୋଇ ଏପରି ଟଙ୍କା କାରବାର କରିଛନ୍ତି ନା ଜାଣତରେ ଅର୍ଚ୍ଚନାଙ୍କ ସହ ଥିଲା ତାଙ୍କର ସମ୍ପର୍କ । ସେନେଇ ଛାନଭିନ ଆରମ୍ଭ କରିଛି ଇଡି । ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଏପରି ନେଣଦେଣର ସୁରାକ ପରେ ରାଜ୍ୟ ବାହାରେ ଛାନଭିନ ପାଇଁ ପ୍ରସ୍ତୁତ ହୋଇଛି ଇଡି । ଏହାସହ କିଛି କମ୍ପାନୀର ନିର୍ଦ୍ଦେଶକ ଓ ଏମଡି ଥିଲେ ଅର୍ଚ୍ଚନା । ସେସବୁ ଆକାଉଣ୍ଟରେ ମଧ୍ୟ ମୋଟା ଅଙ୍କର ଟଙ୍କା ନେଣଦେଣ ହୋଇଥିବା ଜଣାପଡି଼ଛି ।
ଏହା ବି ପଢନ୍ତୁ- ଅର୍ଚ୍ଚନା ପାଇଁ ଅଡୁଆରେ ପାଓ୍ବାର କରିଡର, ଅର୍ଥ କାରବାର ନେଇ ଘାଣ୍ଟିବ ଇଡି