ଭୁବନେଶ୍ୱର: ଦେଶ ତଥା ରାଜ୍ୟକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ପ୍ରୟାସ । ଏନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିଶନରେଟ୍ ପୋଲିସ ଓ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ସହଭାଗିତାରେ ଏକ ଶୋଭାଯାତ୍ରା କରାଯାଇଛି । ପ୍ରଥମ ଦିନରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ସହରୀ ସଚେତନତା । ଭୁବନେଶ୍ୱରର ରାମ ମନ୍ଦିର ଛକଠାରୁ ଆରମ୍ଭ ହୋଇ ହାଉସିଂବୋର୍ଡ ଛକ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ହୋଇଥିଲା ।
ଏହାମଧ୍ୟ ପଢନ୍ତୁ..'ଶିକ୍ଷା ହିଁ ବାଲ୍ୟ ବିବାହ ରୋକିବାର ଏକାମାତ୍ର ବାଟ'
ବାଲ୍ୟ ବିବାହ ଭଳି ଏକ କୁପ୍ରଥାକୁ ଦୂର କରିବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିସନରେଟ୍ ପୋଲିସ ଓ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ସହଭାଗିତାରେ ଆରମ୍ଭ ହୋଇଯାଇଛି ପ୍ରୟାସ । ଭୁବନେଶ୍ବରରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଏନେଇ ଲୋକମାନଙ୍କୁ ସଚେତନତା କରାଯାଇଛି । କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ୍ ଫାଉଣ୍ଡେସନ୍ ସହାୟତାରେ ଆୟୋଜିତ ହୋଇଥିବା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ନାରୀ ନେତ୍ରୀ ଓ ଛାତ୍ରଛାତ୍ରୀ । ରାମମନ୍ଦିର ସ୍କୋୟାର ନିକଟରେ ଏକ ସଭା କରି ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି ।
ତେବେ ଏକ ସର୍ଭେ ରିପୋର୍ଟ ଅନୁୟାୟୀ, ଏବେବି ସମାଜରେ ବାଲ୍ୟ ବିବାହ ଭଳି କୁପ୍ରଥା ଜାରି ରହିଛି । ଭାରତରେ ପ୍ରାୟ ୨୩ଭାଗରୁ ଅଧିକ ବାଲ୍ୟ ବିବାହ ହେଉଥିବା ବେଳେ ଓଡ଼ିଶାରେ ପ୍ରାୟ 20ପ୍ରତିଶତରୁ ଅଧିକ ଝିଅ ବାଲ୍ୟ ବିବାହର ଶିକାର ହେଉଛନ୍ତି । ଅପରିପକ୍ୱ ବୟସରେ ଗର୍ଭବତୀ ହୋଇ ଜୀବନକୁ ବାଜିରେ ଲଗାଉଛନ୍ତି । କେତେବେଳେ ଯୌତୁକ ନିର୍ଯାତନାର ଶିକାର ହେଉଛନ୍ତି ତ କେତେବେଳେ ପାରିବାରିକ ଚାପ ସହି ନପାରି ଆତ୍ମହତ୍ୟା କରୁଛନ୍ତି । ତେବେ ୨୦୦୬ ମସିହାରୁ ବାଲ୍ୟ ବିବାହ ନିରୋଧ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ୨୦୨୦ ମସିହାରେ ସମଗ୍ର ଭାରତ ବର୍ଷରେ ମାତ୍ର ୭୩୮ଟି ବାଲ୍ୟ ବିବାହ ସମ୍ବନ୍ଧୀୟ ମାମଲା ରୁଜୁ ହୋଇଥିବା ଘଟଣା ଏବେ ଚିନ୍ତାର ବିଷୟ ହୋଇଛି ।