ଖୋର୍ଦ୍ଧା: କୋରୋନା ପାଇଁ ବନ୍ଦ ହେଲା ଖୋର୍ଦ୍ଧାର ପ୍ରମୁଖ କୋଶଳାଶୁଣୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ। କିନ୍ତୁ ଏହି ମହୋତ୍ସବକୁ ନିଆରା ଢଙ୍ଗରେ ପାଳିଲେ ମହୋତ୍ସବ କମିଟିର ଯୁବଗୋଷ୍ଠୀ । କୋରୋନାକୁ ଦୃଷ୍ଟିରେ ରଖି ସମାଜର ହିତ ପାଇଁ ସାମାଜିକ କାର୍ଯ୍ୟକ୍ରମ କରିବା ସହିତ ରକ୍ତଦାନ ଶିବିର, ବୃକ୍ଷରୋପଣ ଓ ଗରିବ ଅସହାୟଙ୍କୁ ବସ୍ତ୍ର ବଣ୍ଟନ କରି ମହୋତ୍ସବ ପାଳନ କରିବେ ବୋଲି ମହୋତ୍ସବ କମିଟିର ସଭାପତି ଚନ୍ଦ୍ର ନାରାୟଣ ପ୍ରତାପସିଂହ ସୂଚନା ଦେଇଛନ୍ତି ।
ବନ୍ଦ ହେଲା କୋଶଳାଶୁଣୀ ମହୋତ୍ସବ, ସମାଜସେବା କରିବେ କମିଟି ସଭ୍ୟ - ସାଂସ୍କୃତିକ କାର୍ଯ୍ୟକ୍ରମ
କୋରୋନା ପାଇଁ ବନ୍ଦ ହେଲା ଖୋର୍ଦ୍ଧାର ପ୍ରମୁଖ କୋଶଳାଶୁଣୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ। କିନ୍ତୁ ସାମାଜିକ କାର୍ଯ୍ୟକ୍ରମ କରି ମହୋତ୍ସବ ଉପଭୋଗ କରିବେ କମିଟିର ଯୁବଗୋଷ୍ଠୀ । ଅଧିକ ପଢନ୍ତୁ...
ବନ୍ଦ ହେଲା କୋଶଳାଶୁଣୀ ମହୋତ୍ସବ, ସାମାଜିକ କାର୍ଯ୍ୟକ୍ରମ କରି ମଜ୍ଜା ନେଲେ କମିଟି ସଭ୍ୟ
ଏହି ଅବସରରେ ଆଜି(ରବିବାର) କୋଶଳାଶୁଣୀ ମହୋତ୍ସବ କମିଟି ପକ୍ଷରୁ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରି ନେଳିଆ ପୋଖରୀ ଠାରୁ ଗାଁ ଦାଣ୍ଡ ମନ୍ଦିର ପରିସର ସହ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମା କୋଶଳାଶୁଣୀ ପୀଠରେ କମିଟି ସଦସ୍ୟ ମାନେ ସଫେଇ କରିଥିଲେ । ସେହିପରି ମାଙ୍କ ଅଷ୍ଟମୀ ଦିନ ରକ୍ତଦାନ ଶିବିର ସହ ବୃକ୍ଷରୋପଣ କରିବେ ବୋଲି ମହୋତ୍ସବ କମିଟିର ସଭାପତି ପ୍ରତାପସିଂହ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ