ଓଡିଶା

odisha

Padmapur Bypoll Result: ବାଜି ମାରିଲେ ବିଜୟଙ୍କ ଝିଅ ବର୍ଷା, BJD ବିଜୟର 5 କାରଣ

By

Published : Dec 8, 2022, 5:57 PM IST

Updated : Dec 8, 2022, 6:29 PM IST

ବୃହତ ବ୍ୟବଧାନରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରୀହା । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପ୍ରାୟ 45 ହଜାର ଭୋଟରେ ପରାସ୍ତ କରିଛନ୍ତି ବର୍ଷା । ତେବେ ଜାଣନ୍ତୁ ବିଜେଡି ବିଜୟର ୫ ବଡ କାରଣ ।

Padmapur Bypoll Result: ବିଜୟୀ ହେଲେ ବିଜୟଙ୍କ ଝିଅ ବର୍ଷା, ବିଜେଡିର ବିରାଟ ଜିତର 5 କାରଣ
Padmapur Bypoll Result: ବିଜୟୀ ହେଲେ ବିଜୟଙ୍କ ଝିଅ ବର୍ଷା, ବିଜେଡିର ବିରାଟ ଜିତର 5 କାରଣ

ଭୁବନେଶ୍ବର: ପ୍ରକାଶ ପାଇଛି ପଦ୍ମପୁର ଉପ ନିର୍ବାଚନର ଫଳାଫଳ । ଏକ ବୃହତ ବ୍ୟବଧାନରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରୀହା । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ 4୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ବର୍ଷା । ତେବେ ବିଜେଡିର ଏହି ବିରାଟ ବିଜୟର 5 କାରଣ ହେଉଛି ପ୍ରତିଶ୍ରୁତିର ପାହାଡ଼, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ବର୍ଷାଙ୍କ ବିରୋଧରେ ଅପପ୍ରଚାର, ସଂଗଠିତ ନିର୍ବାଚନ ପରିଚାଳନା ଏବଂ କଂଗ୍ରେସ ଓ ଜାତି ଭୋଟକୁ ମ୍ୟାନେଜ ।

ପ୍ରତିଶ୍ରୁତି:-

ପଦ୍ମପୁର ଦଖଲ ଲାଗି ପ୍ରତିଶ୍ରୁତିର ପାହାଡ ଛିଡା କରିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଛି ବିଜେଡି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା କଥା ହେଉ ଅବା ରେଳ ସଂଯୋଗ ଓ କେନ୍ଦୁପତ୍ର ତୋଳାଳୀଙ୍କୁ ସହାୟତା । ୨୦୨୩ ରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦ୍ମପୁରକୁ ରେଲୱେ ସଂଯୋଗ ଓ ଆବାସରେ ଘର ଯୋଗଇବା ଲାଗି ସବୁ ଚେଷ୍ଟା କରିବାକୁ ନବୀନ ଦେଇଛନ୍ତି ପ୍ରତିଶୃତି । ସେହିପରି ଚାଷୀଙ୍କ ପାଇଁ 200 କୋଟି ଟଙ୍କାର ଇନପୁଟ ସବସିଡ଼ି ଘୋଷଣା ହୋଇଛି । ମଡେଲ କୋଡ ଅଫ କଣ୍ଡକ୍ଟ ଉଠିବା ପରେ ଇନପୁଟ ସବସିଡି ମିଳିବ ବୋଲି ଘୋଷଣା ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର:-

ବିଜେଡିର 1 ନମ୍ବର ଷ୍ଟାର ପ୍ରଚାରକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ସବୁ ବର୍ଗର ଭୋଟରଙ୍କ ମଧ୍ୟରେ ରହିଛି ନବୀନଙ୍କର ସ୍ୱତନ୍ତ୍ର କ୍ରେଜ । ନବୀନଙ୍କର ଗତ 25 ବର୍ଷର ନେତୃତ୍ୱରେ ଆଜି ବି ଭୋଟର ବେଶ ପ୍ରଭାବିତ । ତାହା ପଦ୍ମପୁର ନିର୍ବାଚନରେ ଆଉ ଥରେ ପ୍ରମାଣିତ ହୋଇଛି ।

ଜାତି ଭୋଟ ବା ବିଭିନ୍ନ ସମାଜକୁ ତୁଷ୍ଟିକରଣ :-

ପଦ୍ମପୁର ନିର୍ବାଚନମଣ୍ଡଳରେ ଜାତିଅଣା ଧ୍ରୁବିକରଣ ବିଜେଡି ବିଜୟର ଆଉ ଏକ କାରଣ । ବିଭିନ୍ନ ଜାତିର ଲୋକ ପଦ୍ମପୁରରେ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଭୁଲିଆ, କୂଲତା ସମାଜ ଅନ୍ୟତମ । ସେମାନଙ୍କୁ ଆକୃଷ୍ଟ କରିବା ଲାଗି ଶାସକ ଦଳ ପକ୍ଷରୁ ବିଭିନ୍ନ ଘୋଷଣା କରିଛି । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଗଙ୍ଗାଧର ଭବନ । ଏଥିପାଇଁ ରାଜ୍ୟ ସରକାର ଜମି ଟଙ୍କା ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଯାହା ନିଖିଳ ଓଡିଶା ମେହେର (ଭୁଲିଆ) ସମାଜକୁ ଆକୃଷ୍ଟ କରିଛି କରିବାକୁ ସକ୍ଷମ । ସେହିପରି ପୁରୀରେ କୁଲତା ସମାଜର ଧର୍ମଶାଳା ଲାଗି 1 ଏକର ଜାଗା ଓ 3 କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବର୍ଷାଙ୍କ ବିରୋଧରେ ଅପପ୍ରଚାର :-

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବାରିହା ବିଦେଶିନୀ ବୋଲି ଚିତ୍ରଣ କରିବା ଲାଗି ଚେଷ୍ଟା କରିଥିଲା ବିଜେପି । ବିଭିନ୍ନ ନିର୍ବାଚନୀ ସଭାରେ ଏହି ପ୍ରସଙ୍ଗ ନେଇ ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିଲେ ବିଜେପି ନେତା । ବର୍ଷା ଉପକୂଳ ଓଡ଼ିଶାର ବୋହୁ, ଅଞ୍ଚଳ ଦାୟିତ୍ୱ କେମିତି ନେବେ ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲା ବିଜେପି । ଏହାକୁ ଗ୍ରହଣ କରିନାହାନ୍ତି ପଦ୍ମପୁର ଭୋଟର । ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପକୁ ଦୃଷ୍ଟିରେ ଦେଖି ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜେପିର ନେତାନେ ବିଜେଡି ପ୍ରାର୍ଥୀକୁ ସୋସିଆଲ ମିଡିଆରେ ଅସମ୍ମନ କରୁଛନ୍ତି । ମୁଁ ଏହାକୁ ନିନ୍ଦା କରିବା ସହ ଏଠାରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସଂଗଠିତ ନିର୍ବାଚନ ପରିଚାଳନା:-

ଧାମନଗର ପରାଜୟ ପରେ ପଦ୍ମପୁରରେ ଅଧିକ ସଂଗଠିତ ହୋଇଥିଲା ବିଜେଡି । ବଡ଼ ଷ୍ଟେଟ ବ୍ୟାକ ପରେ ପଦ୍ମପୁରରେ ବରିଷ୍ଠଙ୍କୁ ମିଳିଥିଲା ଦାଇତ୍ୱ । ବରିଷ୍ଠ ନେତାଙ୍କୁ ଗଡ଼ ସମ୍ଭାଳିବା ସହ ଭୋଟରଙ୍କୁ କରିଥିଲେ ପ୍ରଭାବିତ । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା ହେଉଥିବାବେଳେ ପଦ୍ମପୁରର 3ଟି ବ୍ଲକ ସମ୍ଭାଳିଥିଲେ ପଶ୍ଚିମ ଓଡିଶାର ବରିଷ୍ଠ ନେତା । ଝାରବନ୍ଧ ବ୍ଲକ ଦାଇତ୍ୱରେ ଥିଲେ ପୁଷ୍ପେନ୍ଦ୍ର ନାରାୟଣ ସିଂଦେଓ, ରାଜେନ୍ଦ୍ର ଢୋଲକିଆ । ସେହିପରି ପାଇକମାଲରେ ନବ କିଶୋର ଦାସ, ଟୁକୁନି ସାହୁ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ ଦାୟିତ୍ୱରେ ଥିଲେ । ପଦ୍ମପୁର ଦାୟିତ୍ୱରେ ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ରଣେନ୍ଦ୍ର ପ୍ରତାପ ଓ ପ୍ରତାପ ଜେନା । ସେହିପରି ପଦ୍ମପୁର NAC ରେ କଳିକେଶ ସିଂଦେଓ ଓ ସାରଦା ନାୟକଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲା ଦଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 8, 2022, 6:29 PM IST

ABOUT THE AUTHOR

...view details