ଓଡିଶା

odisha

ETV Bharat / state

ବାଲେଶ୍ବର-ତିର୍ତ୍ତୋଲ ଉପନିର୍ବାଚନ: ଏବର୍ଷ କମିଛି ମତଦାନ ହାର - ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ ଭୋଟିଂ

ବାଲେଶ୍ବରରେ 70.69 ପ୍ରତିଶତ ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ 69.66 ପ୍ରତିଶତ ମତଦାନ । ପ୍ରେସମିଟ କରି ସୂଚନାଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।ପଢନ୍ତୁ ଅଧିକ......

ଉପନିର୍ବାଚନ ମତଦାନ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ
ଉପନିର୍ବାଚନ ମତଦାନ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ

By

Published : Nov 4, 2020, 4:45 PM IST

ଭୁବନେଶ୍ବର: ରାଜ୍ୟର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ମତଦାନ ଶେଷ ହେବା ପରେ ପ୍ରେସମିଟ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ । ଦୁଇଟି ଆସନରେ ମତଦାନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି । ବାଲେଶ୍ବରରେ 70.69 ପ୍ରତିଶତ ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ 69.66 ପ୍ରତିଶତ ମତଦାନ ହୋଇଛି । ସେହିପରି ଗତବର୍ଷର ମତଦାନ ହାର ବାଲେଶ୍ବରରେ 71.29 ଓ ତିର୍ତ୍ତୋଲରେ 74.04ପ୍ରତିଶତ ଥିଲା ।

ଉପନିର୍ବାଚନ ମତଦାନ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ

ମୁଖ୍ୟତଃ ତିନି ଶ୍ରେଣୀଭୁକ୍ତ ଭୋଟରଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ ସାବ୍ୟସ୍ତ କରିବାର ସୁଯୋଗ ଦିଆଯାଇଥିଲା । 80 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ତଥା ସାରୀରିକ ଭିନ୍ନକ୍ଷମ ଓ କୋଭିଡରେ ସଂକ୍ରମିତ ବ୍ୟକ୍ତିଙ୍କୁ ପୋଷ୍ଟାଲବାଲାଟ ମାଧ୍ୟମରେ ଭୋଟ ଦେବାର ବ୍ୟବସ୍ଥା କରିଥିଲା ପ୍ରଶାସନ । ତିର୍ତ୍ତୋଲରେ 3193 ଲୋକ ଭୋଟ ଦେଇଥିଲା ବେଳେ ସେଥିମଧ୍ୟରୁ 104 କୋଭିଡ ଆକ୍ରାନ୍ତ ଥିବା ଜଣାପଡିଛି । ସହିପରି ବାଲେଶ୍ବରରେ 1631 ଜଣ ଭୋଟର ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେଇଛନ୍ତି । ସେଥିମଧ୍ୟରୁ 6 ଜଣ କୋଭିଡ ଆକ୍ରାନ୍ତ ଥିବା ଜଣା ପଡିଛି ।

ତେବେ ଗତକାଲି ମତଦାନର ଶେଷ ଏକ ଘଣ୍ଟାରେ 23 ଜଣ କୋଭିଡ ରୋଗୀ ତିର୍ତ୍ତୋଲରେ ଭୋଟ ଦେଇଥିବା ବେଳେ ବାଲେଶ୍ଵରରେ 28 ଜଣ କୋଭିଡ ଆକ୍ରାନ୍ତ ଭୋଟ ଦେଇଥିବା ସୂଚନା ରହିଛି । ବାଲେଶ୍ଵର ଟାଉନରେ 124 ଭୋଟର ବର୍ଜନ କରିଛନ୍ତି । ଚଳିତ ବର୍ଷର ମତଦାନ ହାର ଗତବର୍ଷର ମତଦାନ ହାର ସହ ପ୍ରାୟ ସମାନ ଥିବା ଦେଖାଯାଇଛି । ମତଦାନ ପରେ ଇଭିଏମ ଗୁଡିକୁ ଉପଯୁକ୍ତ ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ରଖା ଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ମତଦାନକୁ ସୁରୁଖୁରୁରେ ପରିଚାଳନା ପାଇଁ ଦାୟିତ୍ବରେ ଥିବା ପୋଲିଂ ଅଧିକାରୀ , ଆଶାକର୍ମୀ ଓ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରାୀ । ଆସନ୍ତା 10 ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details