ଓଡିଶା

odisha

ETV Bharat / state

ନବ ଦାସଙ୍କୁ ହତ୍ୟା, ଝାରସୁଗୁଡା ପାଇଁ ହୋଇପାରେ ଉପନିର୍ବାଚନ - ନବକିଶୋର ଦାସଙ୍କ ମୃତ୍ୟୁ ଖବର

2019 ସାଧାରଣ ନିର୍ବାଚନ ପରେ ଓଡିଶାର ଷୋଡଶ ବିଧାନସଭା ଗଠିତ ହୋଇଥିଲା । ଏହାର କାର୍ଯ୍ୟକାଳ ଶେଷ‌ ହେବାକୁ ବର୍ଷେରୁ ଅଧିକ ସମୟ ବାକି ରହିଛି । ତେଣୁ ଝାରସୁଗୁଡା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ 6 ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ । ଅଧିକ ପଢନ୍ତୁ

Etv Bharatନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡା ପାଇଁ ହୋଇପାରେ ଉପନିର୍ବାଚନ
Etv ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡା ପାଇଁ ହୋଇପାରେ ଉପନିର୍ବାଚନ

By

Published : Jan 31, 2023, 5:45 PM IST

ଭୁବନେଶ୍ବର: ନବକିଶୋର ଦାସଙ୍କ ମୃତ୍ୟୁ ପରେ ଖାଲି ହୋଇଛି ଝାରସୁଗୁଡା ବିଧାନସଭା ଆସନ। ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି । ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

2019 ସାଧାରଣ ନିର୍ବାଚନ ପରେ ଓଡିଶାର ଷୋଡଶ ବିଧାନସଭା ଗଠିତ ହୋଇଥିଲା । ଏହାର କାର୍ଯ୍ୟକାଳ ଶେଷ‌ ହେବାକୁ ବର୍ଷେରୁ ଅଧିକ ସମୟ ବାକି ରହିଛି । ତେଣୁ ଝାରସୁଗୁଡା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ 6 ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ । ପ୍ରାଥମିକ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଖାଲି ପଡିଥିବା ନେଇ ସୂଚନା ଦିଆଯିବ । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ବିଧାନସଭାକୁ ମଧ୍ୟ ଅବଗତ କରାଯିବ । ଓଡିଶା ବିଧାନସଭା ଏନେଇ ଚିଠି ଲେଖି ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରିବେ । ଭାରତୀୟ ନିର୍ବାଚନ ଆୟୋଗ ଅବଗତ ହେବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ଆଲୋଚନା କରିବା ପରେ ଉପ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ।

ଷୋଡଶ ବିଧାନସଭା ଗଠନ ହେବା ଦିନଠାରୁ ନବ କିଶୋର ଦାସଙ୍କ ସମେତ ଓଡିଶାର 7 ଜଣ ବିଧାୟକଙ୍କ ଦେହାନ୍ତ ହୋଇଛି । ବିଭିନ୍ନ ସମୟରେ 6 ଟି ଆସନରେ ଉପନିର୍ବାଚନ ହୋଇସାରିଛି । ବାଲେଶ୍ବରରୁ ନିର୍ବାଚିତ ବିଜେପି ବିଧାୟକ ମଦନମୋହନ ଦତ୍ତ, ତିର୍ତ୍ତୋଲରୁ ନିର୍ବାଚିତ ବିଜେଡି ବିଧାୟକ ବିଷ୍ଣୁ ଚରଣ ଦାସ, ପିପିଲିରୁ ନିର୍ବାଚିତ ବିଜେଡି ବିଧାୟକ ପ୍ରଦୀପ ମହାରଥୀ, ବ୍ରଜରାଜନଗରରୁ ନିର୍ବାଚିତ ବିଜେଡି ବିଧାୟକ କିଶୋର ମହାନ୍ତି, ଧାମନଗରରୁ ନିର୍ବାଚିତ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଓ ପଦ୍ମପୁରରୁ ନିର୍ବାଚିତ ବିଜେଡି ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହୋଇଛି । ଧାମନଗରକୁ ଛାଡି ଦେଲେ ବାକି ସବୁ ଆସନରେ ବିଜେଡି ବିଜୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details