ଖୋର୍ଦ୍ଧା:୨୦୧୭ ମସିହା ଜୁଲାଇ ୧ ତାରିଖ ଦିନ କେନ୍ଦ୍ର ସରକାର ସାରା ଭାରତରେ ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବା କର ଆଇନକୁ ପ୍ରବର୍ତ୍ତନ କଲେ । କିନ୍ତୁ, ଆଜିର ଦିନରେ ଦ୍ରବ୍ୟ ଏବଂ ସେବା କର ଆଇନକୁ ସରକାର ନିଜର ତଥା ନିଜ କର୍ମଚାରୀଙ୍କ ସୁବିଧା ପାଇଁ ପ୍ରାୟ ୯୫୦ ଥରରୁ ଅଧିକ ଥର ପରିବର୍ତ୍ତନ କରି ଏହାର ମୂଳ ସ୍ୱରୁପକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛନ୍ତି । ଏହି ଆଇନକୁ ବ୍ୟବସାୟୀ ତଥା ଜନସାଧାରଣ ବିରୋଧି ଆଇନରେ ପରିଣତ କରିଥିବା ଅଭିଯୋଗ କରିଛି ଓଡିଶା ବ୍ୟବସାୟୀ ମହାସଂଘ ।
ଦ୍ରବ୍ୟ ଓ ସେବାକର ଆଇନ ପରିବର୍ତ୍ତନ ବିରୋଧରେ ଆସନ୍ତା 26ରେ ବ୍ୟବସାୟ ବନ୍ଦ - protest against change of goods and services law
୨୦୧୭ ମସିହା ଜୁଲାଇ ୧ ତାରିଖ ଦିନ କେନ୍ଦ୍ର ସରକାର ସାରା ଭାରତରେ ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବା କର ଆଇନକୁ ପ୍ରବର୍ତ୍ତନ କଲେ । ଏହି ଆଇନକୁ ବ୍ୟବସାୟୀ ତଥା ଜନସାଧାରଣ ବିରୋଧି ଆଇନରେ ପରିଣତ କରିଥିବା ଅଭିଯୋଗ କରିଛି ଓଡିଶା ବ୍ୟବସାୟୀ ମହାସଂଘ । ଅଧିକ ପଢନ୍ତୁ...
ଦ୍ରବ୍ୟ ଓ ସେବାକର ଆଇନ ପରିବର୍ତ୍ତନ ବିରୋଧରେ ଆସନ୍ତା 26 ତାରିଖରେ ବ୍ୟବସାୟ ବନ୍ଦ
ସେହିପରି ସଂଘ ଅନଲାଇନ ବ୍ୟବସାୟ ଉପରେ ନିର୍ଦ୍ଧିଷ୍ଟ ଆଇନ ପ୍ରଣୟନ ଏବଂ ଖାଦ୍ୟ ନିରାପତ୍ତା ଆଇନରେ ପରିବର୍ତ୍ତନ ଦାବି କରି ଆସନ୍ତା 26 ତାରିଖରେ ବ୍ୟବସାୟ ବନ୍ଦ କରିବା ପାଇଁ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ