ଓଡିଶା

odisha

By

Published : Oct 24, 2022, 1:32 PM IST

ETV Bharat / state

ଦୀପାବଳି ନେଇ କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥା, ଖୋଲିଲା ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ

ଦୀପାବଳି ମନାଇବା ବେଳେ କୌଣସି ଅଘଟଣକୁ ନେଇ ଆଗୁଆ ପ୍ରସ୍ତୁତ ଅଛି କ୍ୟାପିଟାଲ ହସ୍ପିଟାଲ । ଚିକିତ୍ସାଳୟ ପରିସରରେ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ

burn word open at capital hospital for diwali
ଦୀପାବଳି ନେଇ କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥା, ଖୋଲାଗଲା ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ

ଭୁବନେଶ୍ବର: ଆଜି ପବିତ୍ର ଦୀପାବଳି । ଏହି ଅବସରରେ ଚାରିଆଡେ ଉତ୍ସବମୁଖର । ଦୀପାବଳିକୁ ଆଖି ଆଗରେ ରଖି କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମହାମାରୀ କଟକଣାର 2 ବର୍ଷ ପରେ ଲୋକେ ବାଣ ଫୁଟାଇ ଧୁମଧାମରେ ଦୀପାବଳି ମନାଇବେ । କୌଣସି ପ୍ରକାର ଅଘଟଣକୁ ଆଖି ଆଗରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ କରାଯାଇଛି ।

ଦୀପାବଳି ନେଇ କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥା

ଏହା ମଧ୍ୟ ପଢ଼ନ୍ତୁ:Diwali care: ଦୀପାବଳି ମନାଇବା ସମୟରେ ଅଘଟଣ ଘଟିଲେ, କ'ଣ କରିବେ କ'ଣ ନ କରିବେ

ଏନେଇ କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ କହିଛନ୍ତି," ଦୀପାବଳିରେ କୌଣସି ପ୍ରକାର ଅଘଟଣ ନେଇ ସମସ୍ତ ଟିମ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ENT ବିଭାଗ, orthopedic ବିଭାଗ, plastic surgery ବିଭାଗ, eye ବିଭାଗ, surgery ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକୁ ଆଗୁଆ ଆଲର୍ଟ କରାଯାଇଛି । ଡ୍ରେସିଂ ରୁମ ଠାରୁ ଆରମ୍ଭ କରି କାଜୁଆଲଟିରେ ଅଧିକ ହସ୍ପିଟାଲ କର୍ମଚାରୀ, ନର୍ସଙ୍କୁ ନିୟୋଜିତ କରାଯାଇଛି ।" ରାତିରେ କାଜୁଆଲଟି ବିଭାଗରେ ତିନୋଟି ଡାକ୍ତର ରହିବେ । ଏହା ବ୍ୟତୀତ ସର୍ଜରୀ ସ୍ପେଶାଲିଷ୍ଟ, ଅର୍ଥୋପେଡିକ ସ୍ପେଶାଲିଷ୍ଟ ଏବଂ ପ୍ଲାଷ୍ଟିକ ସର୍ଜରୀ ପାଇଁ ସ୍ପେଶାଲିଷ୍ଟ ରହିବେ ବୋଲି ଡେପୁଟି ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details