ଭୁବନେଶ୍ବର: ସମ୍ବଲପୁର ବୁର୍ଲାରେ ଆକ୍ରୋଶମୂଳକ ଭାବେ ଦୋକାନ ବଜାର ଭଙ୍ଗା ଚାଲିଛି । ପାର୍ବଣ ସମୟରେ ଘର ଗୁଡ଼ିକ ବି ଭଙ୍ଗା ଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ବାସହୀନଙ୍କୁ ଘର ଦେଇଛନ୍ତି । ସେତେବେଳେ ଘର କିପରି ଭଙ୍ଗା ଯାଉଛି । ଥଇଥାନ ବନ୍ଦୋବସ୍ତ କରାଯାଇ ଦୋକାନ ଘର ସବୁ ଭଙ୍ଗା ଗଲେ ଆମର କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ଆଜି ଭୁବନେଶ୍ବରରେ ପ୍ରେସମିଟ କରି ଜୟ କହିଛନ୍ତି ‘‘ଆକ୍ରୋଶ ମୂଳକ ଭାବେ ବୋଲି ଏଥିପାଇଁ କହୁଛି ଯେ, ମୁଁ ସମ୍ବଲପୁରର ବିଧାୟକ ଅଛି । ଆଉ ଅସୁସ୍ଥ ହୋଇ ପଡ଼ିଛି । ହିନ୍ଦୁ ଲୋକଙ୍କ ଘର ଭାଙ୍ଗିଯାଉଛି । କିନ୍ତୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀଙ୍କ ଘର ଭାଙ୍ଗୁ ନାହାଁନ୍ତି । କେବଳ ସଂଖ୍ୟା ଲଘୁ ଭୋଟ ହାତେଇବା ପାଇଁ ସରକାର ଏଭଳି କରୁଛନ୍ତି । ଆଗକୁ ନିର୍ବାଚନ ଆସୁଛି ସେମାନଙ୍କ ଘର ଭାଙ୍ଗିଲେ ଭୋଟ ପାଇବେ ନାହିଁ । ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ଖାଲି ସମ୍ବଲପୁରରେ ନୁହଁ ସାରା ରାଜ୍ୟରେ ଯେତେ କ୍ରାଇମ ଚାଲିଛି ସବୁଥିରେ ସେମାନେ ସାମିଲ । ଆମେ ବିଧାନସଭାରେ ବି ପ୍ରଶ୍ନ କରିଥିଲୁ କେତେ ବିଦେଶୀ ନାଗରିକ ଓଡ଼ିଶାର ଅଛନ୍ତି ତାର ଉତ୍ତର ଦେଇପାରିଲେ ନାହିଁ ସରକାର ।’’
ଅଧିକ ପଢନ୍ତୁ- ବିଜେପିକୁ ଆସିବାକୁ ଚେଷ୍ଟା ବିଧାୟକ ରୋହିତ ପୂଜାରୀ, ପ୍ରତିକ୍ରିୟା ରଖିଲେ ଜୟ ନାରାୟଣ