ଓଡିଶା

odisha

ETV Bharat / state

ପାନ ଦୋକାନ ନାଁରେ ଚାଲିଥିଲା ଗଞ୍ଜେଇ ବ୍ୟବସାୟ, ବୋଲଡୋଜର ଚଢାଇଲା ପୋଲିସ - ବୋଲଡୋଜର ଚଢେଇଲା ପୋଲିସ

ପାନ ଦୋକାନ ନାଁରେ ଗଞ୍ଜେଇ ବ୍ୟବସାୟ କରୁଥିଲା ଦୋକାନୀ । ଦୋକାନକୁ ଭାଙ୍ଗିଲା ପୋଲିସ । ଅଧିକ ପଢ଼ନ୍ତୁ

ପାନ ଦୋକାନ ନାଁରେ ଗଞ୍ଜେଇ ବ୍ୟବସାୟ କରୁଥିଲା ଦୋକାନୀ
ପାନ ଦୋକାନ ନାଁରେ ଗଞ୍ଜେଇ ବ୍ୟବସାୟ କରୁଥିଲା ଦୋକାନୀ

By

Published : Jul 14, 2023, 7:25 AM IST

ପାନ ଦୋକାନ ନାଁରେ ଗଞ୍ଜେଇ ବ୍ୟବସାୟ କରୁଥିଲା ଦୋକାନୀ

ଭୁବନେଶ୍ବର: ଗଞ୍ଜେଇ ବେପାରୀଙ୍କ ନୂଆ ନୂଆ ଟ୍ରିକ୍ । ସିଗାରେଟ ପରି ବିକ୍ରି ହେଉଛି ଗଞ୍ଜେଇ । ଲୁଚାଛପା ନୁହେଁ ଏବେ ଅବାଧରେ ଗଞ୍ଜେଇ ବିକ୍ରି କରୁଛନ୍ତି ଗଞ୍ଜେଇ ବ୍ୟବସାୟୀ । ସିଗାରେଟ ଆଳରେ ଗଞ୍ଜେଇ ବ୍ୟବସାୟ କରି ମାଲମାଲ ବ୍ୟବସାୟୀ । ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏହି ବେଆଇନ ଗଞ୍ଜେଇ ଦୋକାନକୁ ବୁଲଡୋଜର ଚଢେଇ ଧୂଳିସାତ କରିଛି ପୋଲିସ । ତେବେ ଏହି ଗଞ୍ଜେଇ ଭର୍ତ୍ତି ପାନ ଦୋକାନ ଏକ ଘରୋଇ ଶିକ୍ଷାନୁଷ୍ଠାନ ନିକଟରେ ରହିଛି । ସିଗାରେଟ ଭିତରେ ଗଞ୍ଜେଇ ବିକ୍ରି କରାଯାଉଥିବା ଅଭିଯୋଗ ପାଇବା ପରେ ଆକ୍ସନ ନେଇଥିଲା ପୋଲିସ । ମାନସ ସାହୁ ନାମକ ଜଣେ ଯୁବକଙ୍କୁ ଏହି ମାମଲାରେ ଗିରଫ କରିଛି ପୋଲିସ ।

ଆଇଆଇସିଙ୍କ କହିବା ମୁତାବକ, ‘‘ଗତ ୮ ଜୁଲାଇରେ ବିଶେଷ ସୂତ୍ରରେ ଖବର ପାଇଁ ଆମେ ଏହି ଦୋକାନ ଉପରେ ଚଢ଼ାଉ କରିଥିଲୁ । ଏକ ନେଟୱର୍କ ତିଆରି କରି ଅନ୍ୟ ଦୋକାନୀକୁ କରୁଥିଲା ସପ୍ଲାଏ । ଏନେଇ ପୋଲିସ ସୂଚନା ପାଇବା ପରେ ଛାତ୍ର ବେଶରେ ଯାଇ ସେହି ଦୋକାନରୁ 21 କେଜି ଗଞ୍ଜେଇ ସହ 1 ଲକ୍ଷ 60 ହଜାର‌ ନଗଦ ଟଙ୍କା ଜବତ କରିଛି । ତେବେ ଧରାପଡ଼ିବା ପରେ ଏବେ ସାମ୍ନାକୁ ଆସିଛି ରାଜଧାନୀରେ ଗଞ୍ଜେଇ ବେପାରର ନୂଆ ତରିକା । ପାନ ଦୋକାନଠୁ ଆରମ୍ଭ କରି ଚା' ଦୋକାନୀ । ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରୁଛନ୍ତି ।’’

ଏହାମଧ୍ୟ ପଢନ୍ତୁ:ରାୟଗଡାରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଟ୍ରେନ ସିଟ ତଳେ ହେଉଥିଲା ଚାଲାଣ

ନିର୍ଦ୍ଧିଷ୍ଟ ବର୍ଗର ଗ୍ରାହାକଙ୍କ ପାଇଁ ଏଭଳି ସୁବିଧା ରହିଛି । ଯୁବପିଢିଙ୍କ ଡିମାଣ୍ଡ ଦେଖି ନୂଆ ଟେକନିକ ଆପଣାଇଛନ୍ତି ବ୍ୟବସାୟୀ । ଏନେଇ ବିଭିନ୍ନ ପ୍ରକାର ଦୋକାନ ଦେଖି କୋର୍ଡ ଓ୍ବାର୍ଡ ବ୍ୟବହାର କରୁଛନ୍ତି । ଫଳରେ ସିଗାରେଟ ବଦଳରେ ଏବେ ଗଞ୍ଜେଇ ସିଗାରେଟ ବିକ୍ରିର ଡିମାଣ୍ଡ ବଢ଼ିଯାଇଛି । ଉପରୁ ସିଗାରେଟ ଖୋଳ ପରି ଦିଶୁଥିବା ଖୋଳ ଭିତରେ ଗଞ୍ଜେଇ ଭର୍ତ୍ତି କରାଯାଇ ବିକ୍ରି କରାଯାଉଛି ।

ଏମାନଙ୍କ ଗ୍ରାହକ ସାଜିଛନ୍ତି ପାଠ ପଢୁଆ ଛାତ୍ରଛାତ୍ରୀ ଓ କର୍ପୋରେଟ କର୍ମଚାରୀ । ପୋଲିସ ଜିରୋ‌ ଟଲେରାନ୍ସ ପଲିସି ଆଧାରରେ ରେଡ୍ ଜୋର‌ଦାର କରିଥିବା ବେଳେ ଛଦ୍ମବେଶରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ କିଣୁଥିବା ଏପରି ଗଞ୍ଜେଇ ସିଗାରେଟ ବିକ୍ରି ଉପରେ ନଜର ପକାଇଥିଲେ । ଏହାପରେ ଗଞ୍ଜେଇ ବିକ୍ରି କରୁଥିବା ଦୋକାନୀ ତଥା ଗଞ୍ଜେଇ ବ୍ୟବସାୟୀକୁ ଗିରଫ କରିଛି ପୋଲିସ । ଏନେଇ ଖଣ୍ଡଗିରି ଥାନାଧିକାରୀ କହିଛନ୍ତି ଯେ, ଏସବୁ ବିକ୍ରି ଉପରେ ନଜର ରହିଛି । ସୂଚନା ମିଳିଲେ ରେଡ୍ କରାଯାଉଛି । ଜନସାଧାରଣ ମଧ୍ୟ ପୋଲିସ ହେଲ୍ପଲାଇନକୁ ଜଣାଇବାକୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details