ଭୁବନେଶ୍ବର: ଜଳ ସମ୍ପଦ ବିଭାଗର ବଜେଟକୁ ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । 2023-24 ବଜେଟରେ ଜଳ ସମ୍ପଦ ବିଭାଗ ପାଇଁ ବ୍ୟୟବରାଦ ବୃଦ୍ଧି ଘଟି ୧୧୬୫୫ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୨-୨୩ ରେ ଜଳ ସମ୍ପଦ ବିଭାଗକୁ ମିଳିଥିଲା ୯୩୭୪.୪୬ କୋଟି । ଏ ବର୍ଷ ୬ ଟି ନୂଆ ବୃହତ ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଘୋଷଣା କରାଯାଇଛି । ସେଥିପାଇଁ ୩୩୫୫ କୋଟି ବ୍ୟୟବରାଦ ହୋଇଛି । ରାଜ୍ୟରେ ଚାଲୁ ରହିଥିବା ୩ଟି ଜଳ ସେଚନ ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଲୋୟର ସୁକତେଲ ଓ କାନପୁର ଜଳଭଣ୍ଡାର କାର୍ଯ୍ୟ ଆରମ୍ଭ କରାଯିବ । 2010 ରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଅଦ୍ୟାବଧି 15000 ରୁ ଅଧିକ ଚେକ ଡ୍ୟାମ ନିର୍ମାଣ କରାଯାଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ଏହି ଯୋଜନା କୁ ଆଉ 3 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ 1280 ଚେକ ଡ୍ୟାମ ନିର୍ମାଣ ପାଇଁ 811 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ନବ କୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହେଉଛି।ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୧୭୦ଟି ନୂଆ ପ୍ରକଳ୍ପ ଲାଗି ୫୦୦ କୋଟି ବ୍ୟୟବରାଦ ହୋଇଛି । ୩୦୦ କୋଟି ବ୍ୟୟବରାଦ ରେ ଖୋଳାଯିବ ୨୦ ହଜାର ଡିପ ବୋର ୱେଲ । ଲୁଣା ବନ୍ଧା ସୁଦୃଢ଼ୀକରଣ ପାଇଁ ୭୬୩ କୋଟି ବ୍ୟୟବରାଦ ହୋଇଛି । ରାଜ୍ୟରେ ୫୦୦ ଚେକ୍ ଡ୍ୟାମ ନିର୍ମାଣ ପାଇଁ ମଧ୍ୟ ବଜେଟରେ ଘୋଷଣା ହୋଇଛି । ନଦୀ ଜଳ ସଂରକ୍ଷଣ ଲାଗି ଏ ବର୍ଷ ବଜେଟରେ ତୃତୀୟ ପର୍ଯ୍ୟାୟରେ ୨୦ ନୂଆ ଇନଷ୍ଟ୍ରିମ ଷ୍ଟୋରେଜ ଘୋଷଣା ହୋଇଛି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୩୦ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ଘୋଷଣା ହୋଇଥିଲା। ଯେଉଁଥିରୁ ୨୮ ପ୍ରକଳ୍ପର କାମ ଆରମ୍ଭ ହୋଇଛି ।