ଖୋର୍ଦ୍ଧା : ବିଏସଏନଏଲ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । 6 ଦଫା ଦାବି ପୂରଣ ନେଇ ଆନ୍ଦୋଳନ କଲେ କର୍ମଚାରୀ । ରାଜ୍ୟ ଦୂରସଞ୍ଚାର ଅସ୍ଥାୟୀ ସଙ୍ଘ ଆହ୍ବାନ କ୍ରମେ ଏହି ଆନ୍ଦୋଳନ ହୋଇଥିବା ସୂଚନା ।
6 ଦଫା ଦାବିରେ ବିଏସଏନଏଲ ଠିକା କର୍ମଚାରୀଙ୍କ ଆନ୍ଦୋଳନ - several demand
ବିଏସଏନଏଲ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । 6 ଦଫା ଦାବି ପୂରଣ ନେଇ ଆନ୍ଦୋଳନ କଲେ କର୍ମଚାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ସମାନ କାମକୁ ସମାନ ଦରମା, 15 ଦିନର ପାରିଶ୍ରମିକ ପରିବର୍ତେ 30 ଦିନର ପାରିଶ୍ରମିକ ତଥା ଶ୍ରମ ନିୟମ ଅନୁଯାୟୀ ଇପିଏଫ ଆଦି 6ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲା ଦୂରସଞ୍ଚାର କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏହା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ