ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି(ସୋମବାର) ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଜିଲ୍ଲାର ବେଗୁନିଆରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେବ । ସୋମବାର ସକାଳ ୧୧ ଟା ୪୦ ମିନିଟରେ ମୁଖ୍ୟମନ୍ତ୍ରୀ ବେଗୁନିଆର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ 986 କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବେ ବୋଲି ସୂଚନା ମିଳିଛି ।
ଷ୍ଟାଡିୟମରେ ହେଲିପ୍ୟାଡ ନିର୍ମାଣ, ଷ୍ଟେଜ, ସୁରକ୍ଷା ବ୍ୟବସ୍ଥା ନିଜେ SPଙ୍କ ତତ୍ତ୍ବାବଧାନତାରେ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଚୂଡାନ୍ତ ହୋଇଛି । SP ରାଜକିଶୋର ଦୋରା ସମସ୍ତ ପୋଲିସ ଅଧିକାରୀ, ୮ ପ୍ଲାଟୁନ ଫୋର୍ସ, ଟ୍ରାଫିକ ପୋଲିସଙ୍କ ସହ ସୁରକ୍ଷା, ଟ୍ରାଫିକ କଣ୍ଟ୍ରୋଲ ସମ୍ପର୍କରେ ସମୀକ୍ଷା କରିଥିଲେ ।