ଖୋର୍ଦ୍ଧା: ପୁଣି ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଅଭିଯୁକ୍ତଙ୍କ ଠାରୁ ବ୍ରାଉନସୁଗାର ସହ ନଗଦ ଟଙ୍କା, କାର ଓ ମୋବାଇଲ ଫୋନ ଜବତ କରାଯାଇଛି ।
ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମୋନାର୍ଚ୍ଚ ପ୍ୟାଲେସ ନିକଟ ଶାଗୁଆନ ବଗିଚା ନିକଟରୁ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୋଲିସ ୨୦.୦୭ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହା ସହ ମୋବାଇଲ ଫୋନ ,କାର ଏବଂ ନଗଦ ୯୩ ହଜାର ୮୭୦ ଟଙ୍କା ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୋଳ ଜିଲ୍ଲାର ଅପିନ ଦାସ ଏବଂ କେନ୍ଦୁଝର ଜିଲ୍ଲାର ବସନ୍ତ ଜେନା । ଜବତ ବ୍ରାଉନସୁଗାରର ମୂଲ୍ୟ 2 ଲକ୍ଷ ସାତ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।