ଖୋର୍ଦ୍ଧା: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଧଳାଜହର କାରବାର। ଆଉ ଏହା ଉପରେ ରୋକ ଲଗାଇବା ପାଇଁ ପୋଲିସ ଏବଂ ଏସଟିଏଫ ପକ୍ଷରୁ ଜାରି ରହିଛି ଜୋରଦାର ପ୍ରୟାସ।
ଧଳାଜହର କବଳରେ ଖୋର୍ଦ୍ଧା, ନଗଦ ଟଙ୍କା ସହ ଦୁଇ ଗିରଫ - 22ଗ୍ରାମ ବ୍ରାଉନସୁଗାର ଜବତ
ମଙ୍ଗଳବାର ଖୋର୍ଦ୍ଧାର ଜଟଣୀ ବଡ଼ତୋଟା ଅଞ୍ଚଳର ବିଏସଏଫ କ୍ୟାମ୍ପ ନିକଟରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 22ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।
ଧଳାଜହର କବଳରେ ଖୋର୍ଦ୍ଧା, ନଗଦ ଟଙ୍କା ସହ ଦୁଇ ଗିରଫ
ମଙ୍ଗଳବାର ଖୋର୍ଦ୍ଧା ଜଟଣୀ ବଡ଼ତୋଟା ଅଞ୍ଚଳର ବିଏସଏଫ କ୍ୟାମ୍ପ ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇଥିଲା ଜଟଣୀ ପୋଲିସ ଏବଂ କ୍ୟୁଏଟି ଟିମ୍। ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 22ଗ୍ରାମ ବ୍ରାଉନସୁଗାର, ତିନୋଟି ମୋବାଇଲ ଫୋନ, ଦୁଇଟି ମଟର ସାଇକେଲ ଏବଂ ନଗଦ 9 ହଜାର 400ଟଙ୍କା ଜବତ କରିଥିଲା। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଜଙ୍କିଆ ଅଞ୍ଚଳର ସଂଗ୍ରାମ କେଶରୀ ଦାସ ଏବଂ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ମେଘାଳୟ ମାଲିକ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ