ଖୋର୍ଦ୍ଧା: ଖୋର୍ଦ୍ଧା ସହର ପାଲଟିଛି ବ୍ରାଉନ ସୁଗାର ମାଫିଆଙ୍କ ଆଡାସ୍ଥଳି । ଯୁବପିଢି ମାନେ ଧୀରେ ଧୀରେ ଏହି ବ୍ୟବସାୟ କରି ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ସେପଟେ ସହରକୁ ନିଶାମୁକ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ପୋଲିସ ।
ଖୋର୍ଦ୍ଧାରୁ 25 ଲକ୍ଷର ଧଳାଜହର ଜବତ, 2 ଗିରଫ - ଖୋର୍ଦ୍ଧା ବ୍ରାଉନସୁଗାର ଘଟଣାରେ ଦୁଇ ଗିରଫ
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଅରାଙ୍ଗ ଅଞ୍ଚଳର ମା ଅଁଳେଇଙ୍କ ପୀଠ ସାମ୍ନାରେ ହେଉଥିବା ବ୍ରାଉନ ସୁଗାର କାରବାର ଉପରେ ଚଢାଉ କରିଥିଲା । ଯେଉଁଥିରେ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଅଧିକ ପଢନ୍ତୁ
୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଦୁଇ ଗିରଫ, ମଟର ସାଇକେଲ ଜବତ
ସେହିଭଳି ଶନିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଅରାଙ୍ଗ ଅଞ୍ଚଳର ମା ଅଁଳେଇଙ୍କ ପୀଠ ସାମ୍ନାରେ ବ୍ରାଉନ ସୁଗାର କାରବାର ଉପରେ ଚଢାଉ କରିଥିଲା । ଯେଉଁଥିରେ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ସେହିପରି ଏହି ଘଟଣାରେ ଦୁଇ ଅଭିଯୁକ୍ତ ପ୍ରକାଶ ନାୟକ ଓ ସୁରେଶ ସାହୁଙ୍କୁ ଗିରଫ କରି ଏକ ମଟର ସାଇକେଲକୁ ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଖୋର୍ଦ୍ଧା