ଓଡିଶା

odisha

ETV Bharat / state

କ୍ୟୁଏଟି ହାତରେ ବିୟୁଟି, ୪୪ଗ୍ରାମ ବ୍ରାଉନସୁଗାର ଜବତ - କ୍ୟୁଏଟି ହାତରେ ବିୟୁଟି,

ଲକ୍ଷ୍ମୀସାଗର, ହଳଦିପଡିଆର କୁଖ୍ୟାତ ଡ୍ରଗ୍ସ ପେଡଲର ବିୟୁଟି ଗିରଫ କରିଛି କୁଇକ ଆକ୍ସନ ଟିମ । ସେମାନଙ୍କ ଠାରୁ ୪୪ ଗ୍ରାମ ବ୍ରାଉନସୁଗାର ସହ ୨୬୦୦ ଟଙ୍କା ଓ ଦୁଇଟି ସ୍କୁଟି ଓ ବଜାଜ ପଲସର ବାଇକ ଓ ମୋବାଇଲ ଫୋନ ଜବତ କରିଛି ।

smuggler
smuggler

By

Published : Jan 25, 2020, 6:52 AM IST

ଭୁବନେଶ୍ବର: କ୍ୟୁଏଟି ହାତରେ ବିୟୁଟି। ଲକ୍ଷ୍ମୀସାଗର, ହଳଦିପଡିଆର କୁଖ୍ୟାତ ଡ୍ରଗ୍ସ ପେଡଲର ବିୟୁଟି ଓରଫ ମୁନୁ ପୋଦାରକୁ ଗିରଫ କରିଛି କୁଇକ ଆକ୍ସନ ଟିମ। ଏଥିସହ 2 ସହଯୋଗୀ ଶଙ୍କର ଦାସ ଓ ସାହିଲ ପରଭେଜକୁ ବି ଗିରଫ କରିଛି କମିସନରେଟ ପୋଲିସ । ସେମାନଙ୍କ ଠାରୁ ୪୪ଗ୍ରାମ ବ୍ରାଉନସୁଗାର ସହ ୨୬୦୦ ଟଙ୍କା ଓ ଦୁଇଟି ସ୍କୁଟି ଓ ବଜାଜ ପଲସର ବାଇକ ଓ ମୋବାଇଲ ଫୋନ ଜବତ କରିଛି କମିସନରେଟ ପୋଲିସ ।

ତେବେ ବିୟୁଟି ଧରାପଡିବା ପରେ ହଳଦିପଡିଆରେ ଚର୍ଚ୍ଚା ଜୋର ଧରିଛି । କାରଣ ବିୟୁଟି ଥିଲା ବ୍ରାଉନସୁଗାର ଟପ୍‌ ସିକ୍ରେଟ ପେଡଲର କୁଇନ । ନିଜର ସୁନ୍ଦର ଚେହେରା ଓ ଚତୁର ଦିମାଗରେ କରୁଥିଲା ଡିଲ । ମା ଓ ଭାଇ ଗିରଫ ପରେ ବିୟୁଟି ସମ୍ଭାଳିଥିଲା ସାମ୍ରାଜ୍ୟ । ନିଜ ଇସାରାରେ ବସ୍ତିର ଯୁବକଙ୍କକୁ କରିଥିଲା ଢାଲ । ଏପରିକି ଝାରପଡା ଓ ଲକ୍ଷ୍ମୀସାଗରର କେତେକ ଯୁବକ ଥିଲେ ଖାସ । ଯାହାଙ୍କ ପାଇଁ ସେଫ୍‌ ଥିଲା ବିୟୁଟି । ଏପରିକି ସିକ୍ରେଟରେ କରୁଥିଲା ବ୍ରାଉନସୁଗାର ବେପାର ।

କେତେବେଳେ ସିନେମା ବାହାନାରେ ହଲକୁ ଯାଇ ତ କେତେବେଳେ ପାର୍କରେ ଗଲଫ୍ରେଣ୍ଡ ବେଶରେ ଚଳାଇଥିଲା ବ୍ରାଉନସୁଗାର ଡିଲ। ଜନଗହଳି ଦେଖି ଯୁବକଙ୍କ ଆଢୁଆଳରେ ଚଲାଇଥିଲା ବିଜନେସ। ତେବେ ଗତ କିଛିଦିନ ତଳେ ଜଣେ କ୍ୟୁଏଟିର ମୁଖ୍ୟ ଏସଆଇ ବିୟୁଟିକୁ ଧରିଥିଲେ ମଧ୍ୟ କିଛି ବ୍ରାଉନସୁଗାର ନପାଇ ଛାଡିଦେଇଥିଲେ। ଏପରିକି ସେତେବେଳେ ବିୟୁଟି ଓ କ୍ୟୁଏଟି ନେଇ ଚର୍ଚ୍ଚା ଜୋର ଧରିଥିଲା।

ଯାହାକୁ ନେଇ କିଛି ଦିନ ବ୍ୟବଧାନ ପରେ ବିୟୁଟିକୁ ଗିରଫ କରିଛି କ୍ୟୁଏଟି । ଚର୍ଚ୍ଚା ହେଉଛି ବିୟୁଟିକୁ ଧରିବା ନେଇ ଯୋଜନା ଚଳାଇଥିଲା ଏସଟିଏଫ। ତେବେ ବିୟୁଟିର ଯୋଗାଯୋଗରେ ଥିବା କିଛି ପୋଲିସ କର୍ମଚାରୀଙ୍କ ଖୁଲାସା ଭୟରେ ବିୟୁଟିକୁ ଗିରଫ କରାଯାଇଛି କି ଯାହାକୁ ନେଇ ସସପେନସ ଜାରି ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details