ଓଡିଶା

odisha

ETV Bharat / state

ବେଗୁନିଆରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, 2 ଗିରଫ - ବ୍ରାଉନସୁଗାର ଜବତ

ବେଗୁନିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଛି । ଆଜି ପୋଲିସ ଚଢ଼ାଉ କରି 40 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ଦୁଇ ଭାଇଙ୍କୁ ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Aug 14, 2019, 5:30 PM IST

Updated : Aug 14, 2019, 5:47 PM IST

ଖୋର୍ଦ୍ଧା: ଆଜି ବେଗୁନିଆ ଅଞ୍ଚଳରେ ପୋଲିସ ଚଢ଼ାଉ କରି 40 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ 15ହଜାର 2ଶହ ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି ପୋଲିସ । ଗିରଫ ଦୁଇଭାଇ ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳର ଶ୍ରୀବତ୍ସ ପରମଗୁରୁ ଓ ଶ୍ରୀକାନ୍ତ ପରମଗୁରୁ ବୋଲି ଜଣାପଡିଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 40 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଦିନକୁ ଦିନ ବୃଦ୍ଧି ପାଉଛି ଧଳା ଜହର ବ୍ୟବସାୟ । ଅଧିକ ଅର୍ଥ ରୋଜଗାର ଲୋଭରେ ଯୁବପିଢ଼ି ଏହି ନିଶା ଖାଉଛନ୍ତି ଓ ବ୍ୟବସାୟ ମଧ୍ୟ କରୁଛନ୍ତି । ଯାହା ପୋଲିସ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Aug 14, 2019, 5:47 PM IST

ABOUT THE AUTHOR

...view details