ଖୋର୍ଦ୍ଧା: ସାତ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ପୋଡାଡ଼ିହ ଗ୍ରାମରୁ ଅବକାରୀ ପୋଲିସ ପକ୍ଷରୁ 52ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତବେଳେ ସେହି ଗ୍ରାମର ପ୍ରଭାତ ସେଠୀଙ୍କୁ ପୋଲିସ ଗିରଫ କରିଛି।
ଖୋର୍ଦ୍ଧାରୁ ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ - ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ
ସାତ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ପୋଡାଡ଼ିହ ଗ୍ରାମରୁ ଅବକାରୀ ପୋଲିସ ପକ୍ଷରୁ 52ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଜବତବେଳେ ସେହି ଗ୍ରାମର ପ୍ରଭାତ ସେଠୀଙ୍କୁ ପୋଲିସ ଗିରଫ କରିଛି। ଅଧିକ ପଢ଼ନ୍ତୁ
ନିର୍ବାଚନ ବେଳେ ସକ୍ରିୟ ହେଉଛି ନିଶା କାରବାର, ସାତ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ 7ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ପୋଡାଡ଼ିହ ଗ୍ରାମରେ ଅଭିଯୁକ୍ତ ପ୍ରଭାତ ବ୍ରାଉନସୁଗାର କାରବାର କରୁଥିବା ଖବରପାଇ ଅବକାରୀ ବିଭାଗର ଏକ ଟିମ ଚଢ଼ାଉ କରିଥିଲା। ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବେଆଇନ ମଦ ଓ ନିଶା କାରବାର ବନ୍ଦ ନେଇ ଅବକାରୀ କମିଶନର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ