ଓଡିଶା

odisha

ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, 3 ଗିରଫ

By

Published : Feb 12, 2020, 4:57 PM IST

Updated : Feb 12, 2020, 6:35 PM IST

aa
ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, 3 ଗିରଫ

16:50 February 12

ଖୋର୍ଦ୍ଧାରେ ଜଟଣୀ ପୋଲିସର ଚଢାଉ । 27 ଗ୍ରାମ ବ୍ରାଉନସୁଗାର, ଗୋଟିଏ ମୋଟର ସାଇକେଲ ଏବଂ ତିନୋଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ । ଏହାସହ ଏହି କାରବାରରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, 3 ଗିରଫ

ଖୋର୍ଦ୍ଧା: ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ବଢି ଚାଲିଛି ନିଶା କାରବାର । ପୋଲିସ ଆଖିରେ ଧୂଳିଦେଇ ନିଶା ମାଫିଆ କାରବାର ଚଳାଇ ଥିବାବେଳେ, ବୁଧବାର ଜଟଣୀ ପୋଲିସ କବଜାରେ ପଡିଛନ୍ତି ।  

ଖୋର୍ଦ୍ଧା ଜଟଣୀ ଖୁଦୁପୁରୁ ରାସ୍ତାରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଫଳରେ ସେଠାରୁ 27 ଗ୍ରାମ ବ୍ରାଉନସୁଗାର, ଗୋଟିଏ ମୋଟର ସାଇକେଲ ଏବଂ ତିନୋଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ । ଏହାସହ ଏହି କାରବାରରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।  

ଗିରଫ ବ୍ୟକ୍ତି ହେଉଛନ୍ତି ସ୍ଥାନୀୟ ଖୁଦୁପୁର ଅଞ୍ଚଳର ପ୍ରଦୀପ ପାଟଶାଣୀ, ଲୋକନାଥ ପ୍ରଧାନ ଏବଂ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର କୃଷ୍ଣଚନ୍ଦ୍ର ସାମନ୍ତରାୟ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 2ଲକ୍ଷ 70ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Last Updated : Feb 12, 2020, 6:35 PM IST

ABOUT THE AUTHOR

...view details