ଭୁବନେଶ୍ବର: ଗୃହରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍ । ବିଜେଡି ବିଧାୟକ ଅମର ଶତପଥି ଦୁଇଟି ଛପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ବିରୁଦ୍ଧରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ତେବେ ଏ ସମ୍ପର୍କରେ ତର୍ଜମା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି । ଯାହା ସୂଚନା ମିଳିଛି, ଗୃହରେ ଆଲୋଚନା ବେଳେ ନିର୍ଦ୍ଦିଷ୍ଟ ଆଲୋଚନାକୁ ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏ ସମ୍ପର୍କରେ ସେହି ଦୁଇଟି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବିଜେଡି ବିଧାୟକ ଅଭିଯୋଗ କରି ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ।
ସୂଚନା ଅନୁସାରେ, ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନରେ ଗୃହକାର୍ଯ୍ୟ ଆରମ୍ଭ ହେବ ମାତ୍ରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଥିଲା ବିରୋଧି । ପୋଡ଼ିୟମ ନିକଟକୁ ଆସି ହୋହଲ୍ଲା କରିଥିଲେ । ପରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ। ସାଢେ ୧୧ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ଏହାପରେ ବିଜେଡି ବିଧାୟକ ଅମର ଶତପଥୀ ଦୁଇଟି ବୈଦ୍ୟୁତିକ ଗଣମାଧ୍ୟମ ଓ ଛପା ଗଣମାଧ୍ୟମ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗା ନୋଟିସ ଆଣିଥିଲେ । ତେବେ ଏ ସମ୍ପର୍କରେ ତର୍ଜମା କରାଯାଇ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ବାଚସ୍ପତି କହିଥିଲେ ।
ଏହାମଧ୍ୟ ପଢନ୍ତୁ: Budget session: ଚାଷୀ ପ୍ରସଙ୍ଗରେ ବିରୋଧିଙ୍କ ନାରାବାଜି, ଚାଲି ପାରିଲାନି ପ୍ରଶ୍ନକାଳ