ଖୋର୍ଦ୍ଧା:ଶନିବାର ଚିଲିକା ବ୍ଲକ ସିଙ୍ଗେଶ୍ବର ପଞ୍ଚାୟତର ରଘୁନାଥପୁର ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ଗ୍ରାମର ନାବାଳକ ପିନୁ ପ୍ରଧାନଙ୍କ ଝୁଲନ୍ତା ମୃତଦେହକୁ ଏକ ଗଛରୁ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ସଂପର୍କରେ ଜଣାପଡିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ଗ୍ରାମର ଖଲି ପ୍ରଧାନଙ୍କ ପୁଅ ପିନୁ ପ୍ରଧାନ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ଆଉ ଫେରିନଥିଲା । ପୁଅର ଫେରିବାରେ ବିଳମ୍ବ ଦେଖି ପରିବାର ବର୍ଗ ବହୁ ଖୋଜାଖୋଜି କରିଥିଲେ । ବିଳମ୍ବିତ ରାତ୍ରିରେ ମୃତଦେହକୁ ଗ୍ରାମ ନିକଟ ଏକ ଗଛରେ ଝୁଲିଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା ।