ଭୁବନେଶ୍ବର: ସଫଳ ଶାସନ ନେଇ ଚାଲିଛି ପ୍ରତିଯୋଗିତା । କେଉଁ ଦଳ କେତେ ଆଗରେ ସେନେଇ ବିଜେପି ବିଜେଡି କରୁଛନ୍ତି ପ୍ରତିଯୋଗିତା । ହେଲେ କେତେ ସଫଳ ଉଭୟ ଦଳ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବିଜେପି 9ବର୍ଷ ଓ ବିଜେଡି 23 ବର୍ଷର ସଫଳତାକୁ ବଖାଣୁଥିବା ବେଳେ ପ୍ରକୃତରେ ଉଭୟ କେତେ ସଫଳ ଜନସାଧାରଣ କହିବେ ବୋଲି କଂଗ୍ରସ କଟାକ୍ଷ କରିଛି ।
ତେବେ ଏବେ ସଫଳ ଶାସନକୁ ନେଇ ଉଭୟ ବିଜେଡି ବିଜେପି ମଧ୍ୟରେ ଗୋଟିଏ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଠମଲ୍ଲିକରେ ମୋଦି ସରକାରଙ୍କ 9 ବର୍ଷ ପୂର୍ତ୍ତି ଉପଲକ୍ଷେ, କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ବଖାଣିଥିଲେ । ସେପଟେ ବିଜେଡି ମଧ୍ୟ ପ୍ରତି ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଏବଂ ସ୍ୱଚ୍ଛ ଶାସନକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଲାଗିଛି ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଏବଂ ଜନହିତକର ଶାସନକୁ ବିଜେଡି ଲୋକଙ୍କୁ ଅବଗତ କରାଇବା ପାଇଁ ସଜବାଜ ହେଉଥିବା ବେଳେ ବିଜେପି 9 ବର୍ଷର ସଫଳତାର ପ୍ରକୃତରେ କେତେ ଯଥାର୍ଥ ବୋଲି କଂଗ୍ରସ ପିସିିସି ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ପିସିିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘କଂଗ୍ରେସ ଦଳ ମଧ୍ୟ ଲୋକମାନଙ୍କ ପାଖକୁ ଯିବ। ଉଭୟ ସରକାରଙ୍କ ବିଫଳତାର କାହାଣୀ କହିବ। କେନ୍ଦ୍ର ସରକାର 2 କୋଟି ଯୁବକଙ୍କୁ ଚାକିରି ଦେବାକୁ କହିଥିଲେ କିନ୍ତୁ ଦେଇଛନ୍ତି କି ? ପ୍ରତି ଆକାଉଣ୍ଟ 15 ଲକ୍ଷ ଟଙ୍କା ଆସିବ ବୋଲି କହିଥିଲେ ହେଲେ ଆସିଛି କି ? ଦରଦାମ ନିୟନ୍ତ୍ରଣ କରିଛନ୍ତି କି ?"