ଭୁବନେଶ୍ବର: ଉନ୍ନତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ପଦକ୍ଷେପ । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଏବଂ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲରେ ସୁପର ସ୍ପେସିଆଲିଷ୍ଟ ନିଯୁକ୍ତି ଦିଆଯିବ । ଏଥିପାଇଁ କର୍ପସ ପାଣ୍ଠି ବ୍ୟବସ୍ଥାର ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik has approved the provision of Corpus Fund) । ଏହା ଦ୍ୱାରା ଖ୍ୟାତନାମା ଅଭିଜ୍ଞ ସୁପର ସ୍ପେସିଆଲିଷ୍ଟ ମାନଙ୍କୁ ଆପୋଷ ଦରମା ଚୁକ୍ତିଭିତ୍ତିରେ ଭୁବନେଶ୍ୱର ଆଡକୁ ଆକର୍ଷିତ କରାଯାଇପାରିବ ।
ଏହାବି ପଢନ୍ତୁ- ମହାପ୍ରଭୁଙ୍କ ଦର୍ଶନ ପରେ ଭାବବିହ୍ୱଳ ହୋଇଗଲେ ରାଷ୍ଟ୍ରପତି ମୁର୍ମୁ: ସେବାୟତ
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ (Secretary Health and Family Welfare Shalini Pandi) କହିଛନ୍ତି ଯେ, କର୍ପସ ପାଣ୍ଠିକୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ବିନିଯୋଗ କରାଯିବ । ଅଭିଜ୍ଞ ଓ ଖ୍ୟାତନାମା ସ୍ପେସିଆଲିଷ୍ଟଙ୍କୁ ଚୟନ କରିବା ନିମନ୍ତେ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ଭୁବନେଶ୍ୱର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓଡ଼ିଶା, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି । ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଖ୍ୟାତନାମା ବିଶେଷଜ୍ଞମାନଙ୍କର ଚୟନ ଓ ଦରମା ଚୁକ୍ତି ଆଦି ବିଷୟ ନିର୍ଦ୍ଧାରଣ କରିବେ । ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାପିଟାଲ ହସ୍ପିଟାଲକୁ ଏକ ଉନ୍ନତ୍ତମାନର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଭାବେ ବିକଶିତ କରାଯାଉଛି ।