ଓଡିଶା

odisha

ETV Bharat / state

ଡିଜିଟାଲ ଯୁଗରେ କମୁଛି ବହିର ଚାହିଦା, ସ୍ମୃତି ହୋଇ ରହିଯିବ ପାଠ୍ୟପୁସ୍ତକ ! - ବହିର ଚାହିଦା କମୁଛି

ଡିଜିଟାଲ ଜମାନାରେ କମୁଛି ବହିର ଚାହିଦା । ଅନଲାଇନ ମାଧ୍ୟମରେ ପାଠ ପଢ଼ିବାକୁ ପିଲାମାନେ ଅଧିକ ପସନ୍ଦ କରୁଛନ୍ତି । ଏହି ଡିଜିଟାଲ ଦୌଡ଼ରେ ଯେମିତି ସବୁକିଛି ବାଦ୍ ପଡ଼ିଯାଇଛି । ସେ ପୁରୁଣା ହେଉ କି ନୂଆ ବହି ହେଉ ଏବେ ବହିର ଠିକଣା ପାଲଟିଥିବା ବହି ଦୋକାନ ଏବେ ବିନା ଗ୍ରାହକରେ ଖାଁ ଖାଁ ପାଲଟି ଯାଇଛି । ଅଧିକ ପଢ଼ନ୍ତୁ

ଡିଜିଟାଲ ଯୁଗରେ କମୁଛି ବହିର ଚାହିଦା
ଡିଜିଟାଲ ଯୁଗରେ କମୁଛି ବହିର ଚାହିଦା

By ETV Bharat Odisha Team

Published : Dec 5, 2023, 8:29 PM IST

ଡିଜିଟାଲ ଯୁଗରେ କମୁଛି ବହିର ଚାହିଦା

ଭୁବନେଶ୍ବର: ଆଜିର ଯୁଗରେ ପ୍ରାୟ ସମସ୍ତେ ସ୍ମାଟ ଫୋନର ବ୍ୟବହାର କରୁଛନ୍ତି । ଧୀରେ ଧୀରେ ନୂତନ ଜ୍ଞାନ କୌଶଳ ବଢ଼ିବା ସହ ଦେଶ ଡିଜିଟାଲାଇଜେସନ୍‌ ଆଡକୁ ଅଗ୍ରଗତି କରୁଛି । ପ୍ରାୟ ପ୍ରତ୍ୟକ କାମକୁ ଅନଲାଇନ ମାଧ୍ୟମରେ ସହଜରେ ଏବଂ କମ ସମୟ ମଧ୍ୟରେ କରାଯାଇ ପାରୁଛି । ସେହିପରି ଅନଲାଇନରେ ପାଠ ପଢିବା ଏବେ ସହଜ ହୋଇଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବହିର ଆବଶ୍ୟକତା ପଡ଼ୁନାହିଁ । ତେଣୁ ଡିଜିଟାଲ ପିଲାଙ୍କ ପାଇଁ ଏକ ସହଜ ବାଟ ପାଲଟିଛି । ହେଲେ ଏହାରି ଭିତରେ ଅଲୋଡ଼ା ହୋଇଯାଇଛି ବହି । ଦେଶ ଯେତେଯେତେ ଡିଜିଟାଲ ଆଡକୁ ଆଗଉଛି ସେତେସେତେ ବହିର ଚାହିଦା କମିବାରେ ଲାଗିଛି ।

ତେବେ ପୂର୍ବରୁ ଦିନ ଥିଲା ପରୀକ୍ଷା ଫଳ ପ୍ରକାଶକୁ ନେଇ ବହି ଆସୁଥିଲା । ଅନ୍ୟପଟେ ପାଠ ପଢା ଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ବହିରୁ ହିଁ ମିଳୁଥିଲା । କିନ୍ତୁ ଏବେ ସବୁ କିଛି ଡିଜିଟାଲ । ଅନେକ ପାଠ ୟୁଟ୍ୟୁବରେ ମିଳିବା ସହ ଅନେକ ପାଠ ମଧ୍ୟ ଆପରେ ଉପଲବ୍ଧ ହେଉଛି । କେବଳ ସ୍କୁଲ ବହିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବହିକୁ ଛାତ୍ରଛାତ୍ରୀମାନେ ଅନଲାଇନରେ ପଢ଼ିବାକୁ ପସନ୍ଦ କରୁଛନ୍ତି । ବହି ବଢିବାର ଯେଉଁ ଉତ୍ସାହ ରହିଥିଲା ତାହା ଆଜିର ଯୁବପିଢ଼ିଙ୍କ ପାଖରେ ଧୀରେ ଧୀରେ କମିବାରେ ଲାଗୁଛି । ତେବେ ପାଠ୍ୟ ପୁସ୍ତକ ଗୁଡିକକୁ ବଞ୍ଚେଇ ରଖିବାକୁ ଲାଗିପଡ଼ିଥିବା ବହି ଦୋକାନୀମାନେ ଏବେ ନିରାଶ ହୋଇପଡିଛନ୍ତି ।

ତେବେ ଏହି ଡିଜିଟାଲ ଦୌଡ଼ରେ ଯେଭଳି ଭାବରେ ବାଦ୍ ପଡ଼ିଯାଇଛି ବହି । ଏନେଇ ଦୋକାନୀ କହିଛନ୍ତି ଯେ, ଦୀର୍ଘ ୨୦ ବର୍ଷ ଧରି ବହି ଦୋକାନ କରିଛନ୍ତି । ହେଲେ ପୂର୍ବ ଭଳି ଆଉ ବେପାର ହେଉନାହିଁ । ଡିଜିଟାଲ ଯୁଗରେ ବହିକୁ ପାଠକ ଆଉ ପଚାରୁ ନାହାନ୍ତି । ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ଆଉ କମ୍ପ୍ୟୁଟର । ହେଲେ ବହୁତ୍ କମ ଲୋକ ଅଛନ୍ତି ଯେଉଁମାନେ ବହି କିଣିବା ପାଇଁ ଆସିଥାନ୍ତି । ସ୍କୁଲ ବହି ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ବହି ସମେତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବହି, ପୁରୁଣା ଗଳ୍ପ, ଉପନ୍ୟାସ ଆଦି ବହି ସଂଗ୍ରହ କରାଯାଇଛି । ହେଲେ ବହି ତ ଅଛି କିନ୍ତୁ ଗ୍ରାହକମାନଙ୍କ ଅଭାବ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ......ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ବସିଲା ସିଲାବସ୍ କମିଟି ବୈଠକ, ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ପାଠପଢ଼ା

ଏପଟେ ପାଠକ କିମ୍ବା ଛାତ୍ରଛାତ୍ରୀମାନେ ୟୁଟ୍ୟୁବରେ ପାଠ ପଢିବା ସହ ଅନଲାଇନ ମାଧ୍ୟମରେ ବହି କିଣୁଛନ୍ତି । କେବଳ ଏତିକି ନୁହେଁ ସମୟ ଅନୁସାରେ ବହି ବଦଳୁଛି ବହିର ପାଠ୍ୟକ୍ରମ ମଧ୍ୟ ବଦଳୁଛି । ସେହି ଅନୁସାରେ ବହିର ମଧ୍ୟ ଚାହିଦା କାମୁଛି । ତେବେ ଯୁବପିଢିଙ୍କ କହିବା ଅନୁସାରେ, ଡିଜିଟାଲ ମାଧ୍ୟମରେ ବହୁତ୍ କମ ସମୟ ମଧ୍ୟରେ ଅନେକ ତଥ୍ୟ ମିଳିପାରୁଛି । ବହି ପଢ଼ିବା ଅଭ୍ୟାସ ଭଲ କିନ୍ତୁ ଅନେକ ସମୟରେ ଖୋଜୁଥିବା ବହି ମିଳେନାହିଁ । ଏହାସହ ବହିର ଦାମ ଅଧିକ ରହୁଥିବାରୁ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପାଠ ପଢିବା ସହ ୟୁଟ୍ୟୁବରେ ପାଠ ପଢ଼ୁଛନ୍ତି । ସେପଟେ କିଛି ଶିକ୍ଷାବିତଙ୍କ କହିବା ଅନୁସାରେ, ଡିଜିଟାଲ ମାଧ୍ୟମରେ ପାଠ ପଢ଼ିବା ଦ୍ବାରା ଏହା ପିଲାମାନଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ । ତେବେ ଡିଜିଟାଲ ଉପରେ ସମ୍ପୁର୍ଣ୍ଣ ଭାବରେ ନିର୍ଭର ନକରି ବହିରୁ ମଧ୍ୟ ପାଠ ପଢ଼ିବା ଉଚିତ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details