ଖୋର୍ଦ୍ଧା: ସାମ୍ବାଦିକଙ୍କ ଘରକୁ ବୋମା ପକାଇଲେ ଦୁର୍ବୃତ୍ତ । ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ନନ୍ଦ ସାହିରେ ରହୁଥିବା ସାମ୍ବାଦିକ ଜିତେନ୍ଦ୍ର ସାହୁଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଜଣାପଡିଛି ।
ସାମ୍ବାଦିକଙ୍କ ଘର ଉପରକୁ ବୋମା ମାଡ, ତଦନ୍ତ ଜାରି - ସାମ୍ବାଦିକ
ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ନନ୍ଦ ସାହିରେ ରହୁଥିବା ସାମ୍ବାଦିକ ଜିତେନ୍ଦ୍ର ସାହୁଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଜଣାପଡିଛି ।
![ସାମ୍ବାଦିକଙ୍କ ଘର ଉପରକୁ ବୋମା ମାଡ, ତଦନ୍ତ ଜାରି boming in khurda journalist house](https://etvbharatimages.akamaized.net/etvbharat/prod-images/768-512-8241187-1088-8241187-1596174229986.jpg)
ସାମ୍ବାଦିକଙ୍କ ଘର ଉପରକୁ ବୋମା ମାଡ
ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ ଘରକୁ ଦୁଇଟି ବୋମା ଫୋପାଡିବା ଫଳରେ ଘର ଆଗରେ ଥିବା ଗ୍ୟାରେଜ କ୍ଷତିଗ୍ରସ୍ତ ହୋଇଛି । ଏନେଇ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଆଦର୍ଶ ଥାନାରେ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତିଙ୍କ ନାମରେ ଏତଲା ଦିଆଯାଇଛି। ଏପଟେ ବୋମା ଫୋଫାଡିବାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ