ଓଡିଶା

odisha

By

Published : Mar 18, 2023, 4:02 PM IST

ETV Bharat / state

ହାଇସିକ୍ୟୁରିଟି ଜୋନରେ ଗହଣା ଦୋକାନକୁ ସିରିଜ ବୋମାମାଡ, ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ

ହାଇ ସିକ୍ୟୁରିଟି ଜୋନରେ ରହିଥିବା ଶ୍ରୀ ଜୁଏଲର ଗହଣା ଦୋକାନକୁ ସିରିଜ ବୋମାମାଡ । ସିସିଟିଭିରେ କଏଦ ହେଲା ଦୃଶ୍ୟ । ପୋଲିସର ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

bombing on jewellery shop
bombing on jewellery shop

bombing on jewellery shop

ଭୁବନେଶ୍ବର: ରାଜଧାନୀରେ ପୋଲିସକୁ ଖୋଲାଖୋଲି ଚାଲେଞ୍ଜ । ହାଇ ସିକ୍ୟୁରିଟି ଜୋନରେ ସିରିଜ ବୋମାମଡ କରିଲେ ଦୁର୍ବୃତ୍ତ । ୟୁନିଟ 4 ଏମଏଲଏ କଲୋନି କଡ଼ରେ ଥିବା ଶ୍ରୀ ଜୁଏଲର ଗହଣା ଦୋକାନକୁ ବୋମାମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ବୋମାମାଡରେ ମାଲିକ ରମାକାନ୍ତଙ୍କ ଦୁଇ ଗୋଡରେ ଗୁରୁତର ଭାବେ ଆଘାତ ଲାଗିଥିବା ଯୋଗୁଁ ହସ୍ପିଟାଲରେରେ ଭର୍ତ୍ତି କରାଯାଇଛି । ବୋମାମାଡ ସମୟର ପୁରା ଦୃଶ୍ୟ ସିସିଟିଭିରେ କୟଦ ହୋଇଥିବା ବେଳେ ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ । ସ୍ପେଶାଲ ସ୍କ୍ବାଡ ଏସିପି ଓ ଖାରବେଳ ନଗର ଥାନାର କର୍ମଚାରୀ ପହଞ୍ଚି ଦୋକାନରେ ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିବା ବେଳେ ୪ଜଣ ଦୁର୍ବୁତ୍ତ ଦୁଇଟି ବାଇକରେ ଆସି ବୋମାମାଡ କରିଥିବା ଜଣାପଡିଛି। ତେବେ କଥା ହେଉଛି କେଉଁ କାରଣରୁ ବୋମାମାଡ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଫିଟିଥିବା ବୋମା ଭୟଙ୍କର ବୋଲି ଜଣାପଡିଛି । ସେଥିରେ ଅତ କଣ୍ଟା ଲାଗିଥିବା ଦେଖାଯାଇଥିବା ବେଳେ ବୋମାମାଡ ଯୋଗୁଁ କାନ୍ଥ କଣା ହୋଇଯାଇଛି । ତେବେ ବୋମାମାଡ କରି ଦୋକାନକୁ ଲୁଟ କରିବାକୁ ବସିଥିଲେ ନା ଅନ୍ୟ କୌଣସି କାରଣ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ସିସିଟିଭି ଫୁଟେଜକୁ ଆଧାର କରି ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରୁଛି ପୋଲିସ ।

ତେବେ ବିଗତ କିଛି ଦିନ ପୂର୍ବେ ରାଜଧାନୀରେ କିଛି ନିର୍ଦ୍ଧିଷ୍ଟ କ୍ରିମିନାଲ ଅନେକ ବ୍ୟବସାୟୀକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାର ନଜିର ରହିଛି। ଅନେକ ଗହଣା ଦୋକନୀଙ୍କୁ ବନ୍ଧୁକ ଲଗାଇ ବା ମାରଣାସ୍ତ୍ର ଦେଖାଇ ଲୁଟ କରିଥିବାର ନଜିର ରହିଛି। ଗତକାଲି(ଶୁକ୍ରବାର) ଦୋକାନ ବନ୍ଦ କରିବା ସମୟରେ ସମୟରେ ଦୁଇ ଜଣ ଆସି ହଠାତ୍ ପଛପଟୁ ବୋମାମାଡ କରିଥିଲେ । ତେବେ ସେମାନେ କଣ ଦୋକାନର ମାଲିକଙ୍କ ଠାରୁ ବ୍ୟାଗ ଛଡାଇବା ଉଦ୍ଦେଶ୍ୟରେ ଆସିଥିଲେ ନା ଗହଣା ଦୋକାନରୁ ତାଲା ପକାଉଥିଲା ସମୟରେ ଆସିଥିବାରୁ ଗହଣା ଦୋକାନରେ ପଶି ଲୁଟ କରିବାର ଉଦ୍ଦେଶ୍ୟରେ ଆସିଥିଲେ ତାହା ଏବେ ବଡ ଆଲୋଚ୍ୟ ବିଷୟ ହୋଇଛି ।

ଏହି ଘଟଣାକୁ ନେଇ ଦୋକାନର କର୍ମଚାରୀ କହିଛନ୍ତି, "ସେ ୪ରୁ ୫ଜଣ କର୍ମଚାରୀ ମାଲିକଙ୍କ ସହ ଦୋକାନ ବନ୍ଦ କରି ନିଜର ଦୈନନ୍ଦିନ ବ୍ୟାଗ ବା ଟିଫିନ୍ ଧରି ବାହାରକୁ ବାହାରିଥିଲୁ । ପରେ ହଠାତ୍ ତାଲା ପକାଇବା ବେଳେ ବୋମାମାଡ ହେଲା । କିଛି ବୁଝିବା ଆଗରୁ ପୁଣିଥରେ ଦ୍ବିତୀୟ ଥର ବୋମାମାଡ ହୋଇଥିଲା । ତେବେ ଭୟରେ କିଏ କେଉଁ ଆଡେ ଦୌଡି ପଳାଇଥିବା ବେଳେ ମାଲିକର ଗୋଡରେ ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।" ତେବେ ପୋଲିସର ପଇଁତରା ସତ୍ତ୍ବେ କିପରି ହାଇସିକ୍ୟୁରିଟି ଜୋନରେ ଆତଙ୍କ ଖେଳାଇ ପାରିଲେ ତାହା ଏବେ କମିଶନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି । । ଏପଟେ ବାରମ୍ବାର ବୋମାମାଡ, ଅପରାଧ ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details