ଓଡିଶା

odisha

ବୋମା ଫିଙ୍ଗି ମରଣାନ୍ତକ ଆକ୍ରମଣ, ପୂର୍ବତନ ସରପଞ୍ଚଙ୍କ ଘର ଲୁଟିଲେ ଡକାୟତ

By

Published : May 26, 2020, 10:24 AM IST

ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଗ୍ରାମରେ ବୋମା ଫିଙ୍ଗି ପୂର୍ବତନ ସରପଞ୍ଚଙ୍କ ଘର ଲୁଟିଲେ ଡକାୟତ ।

khurdha Bomb attack
ଖୋର୍ଦ୍ଧାରେ ବୋମା ମାଡ

ଖୋର୍ଦ୍ଧା: ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ପୋଲିସର ପେଟ୍ରୋଲିଂ ସତ୍ତ୍ବେ ଘର ଭାଙ୍ଗି ବୋମା ମାଡ଼ କରି ଲୁଟଲେ। ଯାହା ବାଘମାରୀ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ 10ରୁ ଉର୍ଦ୍ଧ୍ବ ଡ଼କାୟତ ଗ୍ୟାଙ୍ଗ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟ ସିଂଙ୍କ ଘରେ ପଶି ବୋମାମାଡ଼ ସହ ସୁକାନ୍ତ ଏବଂ ତାଙ୍କ ପତ୍ନୀ ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ କରିଥିଲେ ।

ଖୋର୍ଦ୍ଧାରେ ବୋମା ମାଡ

ଏହି ଘଟଣାରେ ଅନ୍ୟ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି । ଖବର ପାଇ ବାଘମାରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଥିବା ବେଳେ ତଦନ୍ତ ଜାରି ରଖିଛି । ଏଠାରେ ସୂଚନା ଯୋଗ୍ୟ ପୂର୍ବରୁ ଦିନିଆରୀ ଗ୍ରାମରେ ମଧ୍ୟ ଏହିଭଳି ସଶସ୍ତ୍ର ଡକାୟତି ହୋଇଥିଲେ ମଧ୍ୟ ଏବେବି ପୋଲିସର ହାତ ଖାଲି ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details