ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଭେଟିଛନ୍ତି ବଲିଉଡ ସଂଗୀତକର ପ୍ରୀତମ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟରେ ହକିର ବିକାଶ ସହ ବିଶ୍ୱକପ ଦ୍ୱିତୀୟ ଥର ଆୟୋଜନ ଲାଗି ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରୀତମ । ଏହା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ପ୍ରୀତମ । ସେହିପରେ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଦିଶା ପଟାନୀ ।
ଆସନ୍ତାକାଲି ହକି ବିଶ୍ୱକପର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ବଲିଉଡ ମ୍ୟୁଜିକ ଡାଇରେକ୍ଟର ପ୍ରୀତମ । ପ୍ରୀତମ ହକି ବିଶ୍ୱକପର ଥିମ ସଙ୍ଗ ପ୍ରସ୍ତୁତ କରିଥିବାବେଳେ କଟକ ବାରବାଟୀରେ ଆୟୋଜିତ ହେବା କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବେ । ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପ୍ରୀତମ । ନବୀନ ନିବାସରେ ଆୟୋଜିତ ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ସହ ଉପସ୍ଥିତ ଥିଲେ 5ଟି ସଚିବ ଭି କେ ପାଣ୍ଡିଆନ ।