ଓଡିଶା

odisha

ETV Bharat / state

ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କୁ ପସନ୍ଦ ଓଡିଶା ମିଠା, ଦୀପିକା ସିଂ କହିଲେ ସମ୍ବଲପୁରୀ ଶାଢୀ ବହୁତ ଭଲ ଲାଗେ - ଓଡିଶାରେ ବଲିଉଡ ଅଭିନେତା ଚଙ୍କି ପାଣ୍ଡେ

ଭୁବନେଶ୍ବରରେ ଏକ ଫୁଡ ସପର ଉଦଘାଟନି କାର୍ଯ୍ୟକ୍ରମରେ ସାମିଲ ହେଲେ ବଲିଉଡ଼ ଅଭିନେତା ଚଙ୍କି ପାଣ୍ଡେ। ଅଧିକ ପଢନ୍ତୁ

Chunky Pandey in Bhubaneswar
Chunky Pandey in Bhubaneswar

By

Published : Aug 6, 2023, 12:33 PM IST

Updated : Aug 6, 2023, 12:51 PM IST

Bollywood actor Chunky Pandey

ଭୁବନେଶ୍ବର: ରାଜଧାନୀରେ ବଲିଉଡ ଅଭିନେତା ଚଙ୍କି ପାଣ୍ଡେ ଓ ଅଭିନେତ୍ରୀ ଦୀପିକା ସିଂ । ଶନିବାର ଏକ ଫୁଡ ସପର ଉଦଘାଟନି କାର୍ଯ୍ୟକ୍ରମରେ ନଜର ଆସିଥିଲେ ଏହି ବଲିଉଡ ଷ୍ଟାର । ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଓଡିଶାର ଖାଦ୍ୟ ଓ ସଂସ୍କୃତିକୁ ବେଶ ପ୍ରଶଂସା କରିଛନ୍ତି ଚଙ୍କି ଓ ଦାପିକା । ନିଜର ଷ୍ଟାଣ୍ଡିଂ କମେଡିରେ ରାଜଧାନୀବାସୀଙ୍କୁ ହସେଇ ହସେଇ ବେଦମ କରିଥିଲେ ଚଙ୍କି ।

ଏହା ମଧ୍ୟ ପଢନ୍ତୁ-ଆଦିତ୍ୟ ଅନନ୍ୟାଙ୍କ ଡେଟିଂ ରୁମର, ଉପଦେଶ ଦେଇ ଏଭଳି ପ୍ରତିକ୍ରିୟା ରଖିଲେ ଚଙ୍କି ପାଣ୍ଡେ

ବଲିଉଡ଼ର ଜଣାଶୁଣା ଅଭିନେତା ଚଙ୍କି ପାଣ୍ଡେ ଉପସ୍ଥିତ ଲୋକମାନଙ୍କ ସହ ମନ ଖୋଲି କଥା ହେବା ସହ ସେଲ୍ଫି ମଧ୍ୟ ନେଇଥିଲେ । ଓଡିଶାକୁ ନେଇ ସେ କହିଛନ୍ତି ଯେ, ମିଠା ମୋର ବହୁତ ପସନ୍ଦ । ଏଠାକାର ପେଡା ମୋର ବହୁତ ପସନ୍ଦ । ମୁଁ ଯେତେବେଳେ ଓଡିଶା ଆସେ ପେଡା ଖାଏ । ଏଥର ଭୁବନେଶ୍ୱର ଆସି ରାବିଡି ଓ ମିଠା ଖାଇଛି । ଆଗକୁ ଆସି କୁଲଫି ବି ଖାଇବି ରସଗୋଲା ବି ଖାଇବି । ୫ ଥର ମୁଁ ଓଡିଶା ଆସିଲିଣି । ଜଗନ୍ନାଥଙ୍କୁ ଦର୍ଶନ କରିଛି କୋଣାର୍କ ବି ଯାଇଛି । ଆଗାମୀ ଦିନରେ ୱେବ ସିରିଜ ଦୋନାଲି ଓ ଫିଲ୍ମ ହାଉସଫୁଲ ୫ ଆସିବାକୁ ଯାଉଛି । ଯେଉଁଥିରେ ଭରପୁର କମେଡି ସହ ନୂଆ ନୂଆ ଡାଇଲଗ ସହ ଚଙ୍କି ପାଣ୍ଡେଙ୍କୁ ଦେଖିବାକୁ ଦର୍ଶକ ପାଇବେ ବୋଲି ବୋଲି ଭୁବନେଶ୍ୱର ଆସିବା ସମୟରେ ପ୍ରତିକ୍ରିୟା ରଖିଥିଲେ ଚଙ୍କି ।

ଏହା ମଧ୍ୟ ପଢନ୍ତୁ-ଡିଜିଟାଲ୍ ଡେବ୍ୟୁ କରିବେ ଚଙ୍କି ପାଣ୍ଡେ

ବଲିଉଡ଼ ଅଭିନେତ୍ରୀ ଦୀପିକା ସିଂ ବା ସମସ୍ତଙ୍କର ପ୍ରିୟ ରିଲ ଆଇପିଏସ ଅଫିସର ସନ୍ଧ୍ୟା ରାଠି । ସେ କହିଛନ୍ତି ଯେ, ମୋତେ ଓଡିଶା ବହୁତ ଭଲ ଲାଗେ । ମୁଁ ଯେବେ ଓଡିଶା ଆସେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରେ । ଏଠାକାର ସଂସ୍କୃତି ଓ ପରମ୍ପରା ମତେ ବହୁତ ଭଲ ଲାଗେ । ଏଠାକାର ଲୋକମାନଙ୍କ ବ୍ୟବହାର ମୋତେ ବହୁତ ଭଲ ଲାଗେ । ମୋର ପରିବାର ସହ ମୁଁ ବହୁତ ଥର ଓଡିଶା ଆସିଲାଣି । କୋଣାର୍କ ମନ୍ଦିର, ଜଗନ୍ନାଥ ଧାମ ପୁରୀ ଆସିଛି । ରଥଯାତ୍ରା ସମୟରେ ମଧ୍ୟ ଆସିଛି । ଏଠାକାର ସମ୍ବଲପୁର ଶାଢ଼ୀ ମୋତେ ବହୁତ ଭଲ ଲାଗେ । ମୁଁ ଓଡିଶୀ ଡ୍ୟାନ୍ସ ମଧ୍ୟ ସିଖିଛି । ଏବେବି ଅଭ୍ୟାସ ଜାରି ରଖିଛି । ଓଡ଼ିଶାର ରସଗୋଲା ମୋର ବହୁତ ପସନ୍ଦ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 6, 2023, 12:51 PM IST

ABOUT THE AUTHOR

...view details