ଖୋର୍ଦ୍ଧା: ବୋଲଗଡ ବ୍ଳକ ଗୋପାଳପୁର ପଞ୍ଚାୟତର ନାରାୟଣୀପଡାରେ ବେଆଇନ ମୋରମ ଖୋଳା ଚାଲିଛି । ଏହାର ଖବର ପାଇ ବୋଲଗଡ ତହସିଲଦାର ଓ ତାଙ୍କର ଏକ ଟିମ୍ ଚଢାଉ କରିଛନ୍ତି । ଚଢାଉ ସମୟରେ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜବତ କରାଯାଇଛି ।
ମୋରମ ମାଫିଆଙ୍କ ଆକ୍ରମଣର ଶିକାର ହେଲେ ବୋଲଗଡ ତହସିଲଦାର - ମୋରମ ମାଫିଆ
ବୋଲଗଡ ବ୍ଳକ ଗୋପାଳପୁର ପଞ୍ଚାୟତର ନାରାୟଣୀପଡାରେ ବେଆଇନ ମୋରମ ଖୋଳା ଚାଲିଛି । ଏହି ସମୟରେ ଘଟଣାସ୍ଥଳରେ ତହସିଲଦାର ଓ ତହସିଲ କର୍ମଚାରୀଙ୍କୁ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ମୋରମ ମାଫିଆ
ଏହି ସମୟରେ ନାରାୟଣୀପଡାର ଗୋପବନ୍ଧୁ ରଣସିଂହ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାର ଓ ତହସିଲ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିବାର ତହସିଲଦାର ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ବେଗୁନିଆ ଥାନାରେ ଏକ ମାମଲା ରୁଜୁ କରି ମୋରମ ଖଣିରେ ବ୍ୟବହୃତ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜବତ କରିବା ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଗୁନିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ