ଖୋର୍ଦ୍ଧା: ବୋଲଗଡ ଥାନା ପୋଲିସର ସଫଳତା। ଆଜି (ଶୁକ୍ରବାର) ଦୁଇଟି ଚୋରା ବାଇକ ଜବତ କରିବା ସହିତ ଦୁଇଜଣ ଯୁବକଙ୍କୁ ଗିରଫ କରି ଖୋର୍ଦ୍ଧା କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି ସ୍ଥାନୀୟ ଥାନା କେନ୍ଦୁପଲ୍ଳୀ ଗ୍ରାମର ଶେଖ ନିଜାମ ଏବଂ ଶେଖ୍ ଆଲ୍ଳାମ। ଗତ ସୋମବାର ଦିନ ବାଙ୍କୋଇ ଫାଣ୍ଡି ମାଣିକପୁର ଗ୍ରାମରୁ ଏକ ବାଇକ ଚୋରୀ ହୋଇଥିଲା। ଏହାକୁ ନେଇ ବାଇକ ମାଲିକ ହାଟବସ୍ତ ଗ୍ରାମର ଲକ୍ଷ୍ମୀଧର ସାହୁ ପୋଲିସ ନିକଟରେ ଅନଲାଇନରେ ଅଭିଯୋଗ କରିଥିଲେ।
ଚୋରା ବାଇକ ସହ ଦୁଇଜଣଙ୍କୁ ଗିରଫ କଲା ବୋଲଗଡ ପୋଲିସ - Khorda news
ବୋଲଗଡ ଥାନା ପୋଲିସର ସଫଳତା ଦୁଇଟି ଚୋରା ବାଇକ ଜବତ କରିବା ସହିତ ଦୁଇଜଣ ଯୁବକଙ୍କୁ ଗିରଫ କରି ଖୋର୍ଦ୍ଧା କୋର୍ଟ ଚାଲାଣ କରିଛି ପୋଲିସ। ଅଧିକ ପଢ଼ନ୍ତୁ...
ଚୋରା ବାଇକ ସହ ଦୁଇଜଣଙ୍କୁ ଗିରଫ କଲା ବୋଲଗଡ ପୋଲିସ
ଚୋରା ବାଇକ ସହ ଦୁଇଜଣଙ୍କୁ ଗିରଫ କଲା ବୋଲଗଡ ପୋଲିସ
ଅଭିଯୋଗ ଆଧାରରେ ପୋଲିସ ତନଘନା ଆରମ୍ଭ କରିଥିଲା। ତେବେ ବିଶେଷ ସୂତ୍ରରୁ ଖବର ପାଇ ଥାନା ଏସଆଇ ପ୍ରବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ବରେ ଏକ ପୋଲିସ ଟିମ କେନ୍ଦୁପଲ୍ଳୀ ନିକଟରେ ଥିବା ଜଙ୍ଗଲରୁ ଚୋରା ବାଇକ ଜବତ କରିଥିଲେ। ଦୁଇ ଅଭିଯୁକ୍ତ ସେହି ଅଞ୍ଚଳରେ ହିଁ ଲୁଚି ଥିବା ବେଳେ ପୋଲିସ ଯୋଜନା ମୁତାବକ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା।
ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି। ବାଇକ ଚୋରୀ ଗ୍ୟାଙ୍ଗ ଚେର କେତେ ଲମ୍ବିଛି ସନେଇ ତଦନ୍ତ କରାଯାଉଛି। ଏହାକୁ ନେଇ ଥାନା ନିରୀକ୍ଷକ ଶେଖ୍ ଆକବର ଅଲ୍ଲୀ ସୂଚନା ଦେଇଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ