ଓଡିଶା

odisha

ବିଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

By

Published : May 24, 2020, 11:04 PM IST

ବୋଲଗଡ଼ ଥାନା ବଙ୍କେଇ ଫାଣ୍ଡି ଅଞ୍ଚଳର ବାଳସିଂହ ଗ୍ରାମର ଏକ ଗହୀର ଜମିରେ ଜଣେ ବୃଦ୍ଧଙ୍କ ଉଲଗ୍ନ ଅବସ୍ଥାରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଅଧିକ ପଢନ୍ତୁ...

body-of-the-old-man-was-recovered-police-are-investigating
ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ଖୋର୍ଦ୍ଧା: ବିଲରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବଙ୍କେଇ ଫାଣ୍ଡି ପୋଲିସ । ସୂଚନା ଅନୁଯାୟୀ ବୋଲଗଡ଼ ଥାନା ବଙ୍କେଇ ଫାଣ୍ଡି ଅଞ୍ଚଳର ବାଳସିଂହ ଗ୍ରାମର ଏକ ଗହୀର ଜମିରେ ଜଣେ ବୃଦ୍ଧଙ୍କ ଉଲଗ୍ନ ଅବସ୍ଥାରେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ତେବେ ବୃଦ୍ଧ ଜଣକ ନୟାଗଡ଼ ଜିଲ୍ଲା ଫତେଗଡ ଥାନା କୋଦପିଠା ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ(୭୫)ବୋଲି ଜଣାପଡିଛି । କୃଷ୍ଣ ଚନ୍ଦ୍ର କିପରି ଏଠାକୁ ଆସିଲେ ଏବଂ ତାଙ୍କର କିପରି ମୃତ୍ୟୁ ହେଲା ତାହା ଏବେ ସନ୍ଦେହ ଘେରରେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details